ଖେଲୋ ଇଣ୍ଡିଆ ପାଇଁ ୫ ଜଣିଆ ଓଡ଼ିଶା ଜୁଡ଼ୋ ଦଳ

ଭୁବନେଶ୍ବର: ହରିୟାଣାର ପଞ୍ଚକୁଲାଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଲାଗି ଏକ ୫ ଜଣିଆ ଓଡ଼ିଶା ଜୁଡ଼ୋ ଦଳ ଯାତ୍ରା କରିଛି। ଖେଳାଳି ଭାବେ ସୁଲେନ୍ଦ୍ରୀ ଚଲଣ (୪୮ କିଲୋଗ୍ରାମ୍‌ରୁ କମ୍‌), ଗାୟତ୍ରୀ ସବର (୪୦ କିଲୋଗ୍ରାମ୍‌ରୁ କମ୍‌), ଶଙ୍କର ମାଝୀ (୬୬ କିଲୋଗ୍ରାମ୍‌ରୁ କମ୍‌) ଅଂଶଗ୍ରହଣ କରିବାକୁ ଯାଉଥିବା ବେଳେ କନ୍ଦନ ମୁର୍ମୁ ଏମାନଙ୍କ ପ୍ରଶିକ୍ଷକ ରହିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ଜୁଡ଼ୋ ସଂଘ ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରଶିକ୍ଷକ ଗୀତାଞ୍ଜଳି ପଣ୍ଡା‌ ପ୍ରତିଯୋଗିତାରେ ବୈଷୟିକ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇବା ଲାଗି ଆମନ୍ତ୍ରିତ ହୋଇଛନ୍ତି। ଖେଲୋ ଇଣ୍ଡିଆ ଆରମ୍ଭ ହୋଇ ସାରିଥିବା ବେଳେ ଜୁଡ଼ୋ ପ୍ରତିଯୋଗିତା ଜୁନ୍‌ ୯ରୁ ୧୨ ପର୍ଯ୍ୟନ୍ତ ଖେଳାଯିବ। ଖେଳାଳିଙ୍କୁ ପ୍ରସ୍ତୁତି କରିବାରେ ରାଜ୍ୟ ସରାକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ବିଶେଷ ଧ୍ୟାନ ଦେଇଥିବାରୁ ସଚିବ ତଥା କମିସନର୍‌ ଆର୍‌ ଭିନିଲକ୍ରିଷ୍ଣାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଓଡ଼ିଶା ଖେଳାଳିମାନେ ପଦକ ଜିତିବାର ସମ୍ଭାବନା ଥିବା ଗୀତାଞ୍ଜଳି ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର