ଚତୁର୍ଥ ଆସେସ୍ ଟେଷ୍ଟ୍ ଆଜିଠୁ: ଖୱାଜାଙ୍କୁ ଡାକିଲା ଅଷ୍ଟ୍ରେଲିଆ, ବ୍ରଡ୍‌ଙ୍କୁ ସାମିଲ କଲା ଇଂଲଣ୍ଡ

ସିଡନି: ବୁଧବାରଠାରୁ ସିଡ୍‌ନିରେ ଚତୁର୍ଥ ଆସେସ୍‌ ଟେଷ୍ଟ୍ ଆରମ୍ଭ ହେବ। ୫ ଟିକିଆ ଶୃଙ୍ଖଳାରେ ୦-୩ରେ ପଛୁଆ ଥିବା ଇଂଲଣ୍ଡ ଏହି ଟେଷ୍ଟ୍‌ରେ କିଛିଟା ସମ୍ମାନ ଅର୍ଜନ ଆଶାରେ ରହିବ। କାରଣ ବ୍ରିସବେନ୍, ଆଡିଲେଡ୍ ପରେ ମେଲ୍‌ବର୍ଣ୍ଣରେ ମଧ୍ୟ ଜୋ ରୁଟଙ୍କ ଦଳ ଆତ୍ମସମର୍ପଣ କରିଥିଲା। ଏବେ ସିଡ୍‌ନିରେ ଆଉ ଏକ କଠିନ ପରୀକ୍ଷା ଇଂଲଣ୍ଡ ପାଇଁ ଅପେକ୍ଷା କରିରହିଛି। ଅଷ୍ଟ୍ରେଲିଆ କିନ୍ତୁ ୫-୦ ଲକ୍ଷ୍ୟରେ ଥିବାରୁ ସିଡ୍‌ନି‌ରେ ଆଉ ଏକ ବିଜୟକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରହିଛି। ଇଂଲଣ୍ଡ ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରିସ୍ ସିଲଭର୍‌ଉଡ୍‌ଙ୍କ ସହ ୭ ଜଣ କୋଭିଡ୍‌ ସଂକ୍ରମିତ ଥିବାରୁ ଦଳ ଉପରେ ‌ଢେର ଚାପ ରହିଛି। ବ୍ୟାଟିଂ ପ୍ରଶିକ୍ଷକ ଗ୍ରାହାମ ଥର୍ପ ମୁଖ୍ୟ ପ୍ରଶିକ୍ଷକ ପଦରେ ଅନ୍ତରୀଣ ଦାୟିତ୍ବ ନେଇଛନ୍ତି। ଉଭୟ ଦଳ କିନ୍ତୁ ଏହି ପ୍ରତୀକ୍ଷିତ ମ୍ୟାଚ୍ ଲାଗି ନିଜ ନିଜ ଦଳରେ ଗୋଟିଏ ଲେଖାଏଁ ପରିବର୍ତ୍ତନ କରିଛନ୍ତି। ଘରୋଇ ଅଷ୍ଟ୍ରେଲିଆ ମଧ୍ୟକ୍ରମ ବ୍ୟାଟର୍‌ ଟ୍ରାଭିସ୍ ହେଡ୍‌ଙ୍କ ସ୍ଥାନରେ ଅଭିଜ୍ଞ ଉସମାନ ଖୱାଜାଙ୍କୁ ନିଜ ଦଳରେ ସାମିଲ କରିଛି। ସେପଟେ ଇଂଲଣ୍ଡ ତାର ଅଭିଜ୍ଞ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ଦଳରେ ସ୍ଥାନ ଦେଇଛି।

ଅଷ୍ଟ୍ରେଲିଆ ଏକାଦଶ: ଡେଭିଡ୍ ୱାର୍ଣ୍ଣର, ମାର୍କସ ହାରିସ୍, ମାର୍ନସ ଲବୁସାନ, ଷ୍ଟିଭ୍ ସ୍ମିଥ୍, ଉସମାନ ଖୱାଜା, କ୍ୟାମରନ୍ ଗ୍ରିନ୍, ଆଲେକ୍ସ କ୍ୟାରି, ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲାୟନ, ସ୍କଟ୍ ବୋଲାଣ୍ଡ।

ଇଂଲଣ୍ଡ ଏକାଦଶ: ହାସିବ ହମିଦ, ଜ୍ୟାକ୍ କ୍ରଲି, ଦାୱିଦ ମଲାନ, ଜୋ ରୁଟ୍ (ଅଧିନାୟକ), ବେନ୍ ଷ୍ଟୋକ୍ସ, ଜନି ବେୟାରଷ୍ଟୋ, ଜୋସ୍ ବଟଲର, ମାର୍କ ଉଡ୍, ଜ୍ୟାକ୍ ଲିଚ୍, ଷ୍ଟୁଆର୍ଟ ବ୍ରଡ୍, ଜିମ୍ମି ଆଣ୍ଡରସନ୍।

ସମ୍ବନ୍ଧିତ ଖବର