ଜିସିପିଇ ପ୍ରାକ୍ତନ ସଂସଦର ସମର୍ ମିଳନ

ଭୁବନେଶ୍ବର: ସରକାରୀ ଶାରୀରିକ ଓ ଶିକ୍ଷା ମହାବିଦ୍ୟାଳୟ (ଜିସିପିଇ), ଭୁବନେଶ୍ବରର ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ସଂସଦ ପକ୍ଷରୁ ପ୍ରତିବର୍ଷ ଭଳି ସମର ମିଳନ-୨୦୨୧ ରବିବାର ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଡକ୍ଟର ମନମୋହନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀର ପ୍ରାରମ୍ଭରେ କୋଭିଡ୍‌ରେ ପ୍ରାଣ ହରାଇଥିବା କ୍ରୀଡ଼ାବିତ୍‌ ଓ କ୍ରୀଡ଼ା ବ୍ୟକ୍ତିତ୍ବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ‘ମୋ କଲେଜ୍‌’ ଅଧ୍ୟକ୍ଷ ବିଧାୟକ ଆକାଶ ଦାସ ନାୟକ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ପୁଲିସ୍ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶି ପ୍ରମୁଖ ଯୋଗ ଦେଇଥିଲେ।

କୋଭିଡ୍ ସମୟରେ ଶରୀରକୁ ସୁସ୍ଥ ରଖିବା ଲାଗି ଯୋଗ, ପ୍ରାଣାୟମ ଓ ଶାରୀରିକ ବ୍ୟାୟାମ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଅନ୍ୟ ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ଡକ୍ଟର ବେବେନ୍ଦ୍ରନାଥ ବେହେରା, ଡକ୍ଟର ଅଶୋକ କୁମାର ନାୟକ, ଡକ୍ଟର ଶକ୍ତିରଂଜନ ମିଶ୍ର, ଶ୍ରୀମିତି ଭାରତୀ ଦାସ, ପ୍ରଭାକର ମଙ୍ଗରାଜ, ଡକ୍ଟର ଧନେଶ୍ବର ପଲେଇ, ଡକ୍ଟର ସୁଶାନ୍ତ କୁମାର ଦାସ, ଡକ୍ଟର ଶ୍ୟାମସୁନ୍ଦର ରଥ, ସତ୍ୟନାରାୟଣ ରାୟଗୁରୁ, ଡକ୍ଟର ଗଗନେନ୍ଦୁ ଦାଶ, ଅଞ୍ଜନ କୁମାର ଖୁଣ୍ଟିଆ ଏହାର ଅଂଶବିଶେଷ ଥିଲେ। କାର୍ଯ୍ୟକ୍ରମକୁ ଡକ୍ଟର ପ୍ରଦୀପ କୁମାର ଦୋରା ସଂଯୋଜନା କରିଥିବା ବେଳେ ଅଲୁମୁନି ସଂଘ ସମ୍ପାଦକ ସମିମ୍ ଖାନ୍‌ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର