ନୂଆଦିଲ୍ଲୀ: ଆଇପିଏଲ୍‌ ୧୮ ବର୍ଷର ଇତିହାସରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଥର ମଙ୍ଗଳବାର ଟ୍ରଫି ଧରିବାର ସକ୍ଷମ ହୋଇଥିଲା। ଅହମଦାବାଦର ମୋଟେରାସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଆଇପିଏଲ୍‌ ଫାଇନାଲ୍‌ରେ ପଞ୍ଜାବ କିଙ୍ଗ୍ସକୁ ୬ ରନ୍‌ରେ ହରାଇ ଆର୍‌ସିବି ଏହି ସ୍ବପ୍ନ ପୂରଣ କରିଥିଲା। ଏହି ସ୍ବପ୍ନ ପୂରଣର ସାକ୍ଷୀ ରହିବାର ସୁଯୋଗ ଟି‌କକ ଆର୍‌ସିବି ପ୍ରଶଂସକ ସମର୍ଥକ ହାତଛଡ଼ା କରି ନଥିଲେ।

Advertisment

ଏପରିକି ଜଣେ ପ୍ରଶଂସକ ଆର୍‌ସିବି ବିଜୟର ମୁକସାକ୍ଷୀ ରହିବା ଲାଗି ବିବାହବେଦୀରୁ ଉଠି ପଡ଼ିଥିଲେ। ବିବାହ କର୍ମ ଚାଲିଥିଲା ବେଳେ ଅଧାରୁ ବର ଉଠି ଅନ୍ୟ ସାଥୀଙ୍କ ସହ ଟିଭି ନିକଟକୁ ଆସି ବିଜୟର ମୁହୂର୍ତ୍ତକୁ ଭରପୂର ଉପଭୋଗ କରିଥିଲେ। ଏହା ପରେ ସେ ‌ବିବାହବେଦୀକୁ ଫେରିବା ପରେ ବିବାହ ଶେଷ ହୋଇଥିଲା। ଏହି ମ୍ୟାଚ୍‌ରେ ଆର୍‌ସିବି ବିରାଟ‌ କେହଲିଙ୍କ ୪୩ ରନ୍‌ ବଳରେ ୧୯୦ ରନ୍‌ କରିଥିଲା। ଏହାକୁ ପିଛା କରି ପଞ୍ଜାବ କିଙ୍ଗ୍ସ ୧୮୪/୭ରେ ଅଟକି ଯାଇଥିଲା। ବିଜୟ ନିଶ୍ଚିତ ହେବା ପରେ ବାଉଣ୍ଡରି ନିକଟରେ ଫିଲ୍ଡିଂ କରୁଥିବା କୋହଲିଙ୍କ ଆଖିରୁ ଖୁସିର ଲୁହ ଝରି ଯାଇଥିଲା। ସେ ତଳେ ବସି ପଡ଼ି ମୁହଁରେ ହାତ ରଖି କାନ୍ଦିଥିଲେ।