ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଥିବା ଭାରତର ଶେଷ ବ୍ୟାଚ୍ ଖେଳାଳି ସୋମବାର ସ୍ବଦେଶ ପହଞ୍ଚିଛନ୍ତି। ଏହି ବ୍ୟାଚ୍ରେ ରହିଛନ୍ତି ଯୁଗଳ ପଦକ ବିଜେତା ଅବନୀ ଲେଖାର (ସ୍ବର୍ଣ୍ଣ, କାଂସ୍ୟ), ସ୍ବର୍ଣ୍ଣ ବିଜେତା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ସହ ବ୍ୟଡ୍ମିଣ୍ଟନ୍ ରୌପ୍ୟ ବିଜେତା ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏସ୍) ସୁହାସ ୟଥିରାଜ। ଏମାନଙ୍କ ସହ ବ୍ୟାଡ୍ମିଣ୍ଟନ୍ ତାରକା କ୍ରିଷ୍ଣା ନଗର (ସ୍ବର୍ଣ୍ଣ), ମନୋଜ ସରକାର (କାଂସ୍ୟ), ବନ୍ଧୁକଚାଳକ ମନୀଷ ନରୱାଲ (ସ୍ବର୍ଣ୍ଣ) ଏବଂ ସିଂହରାଜ ଆଦାନା (ରୌପ୍ୟ, କାଂସ୍ୟ) ପ୍ରମୁଖ ପଦକ ବିଜେତା ମଧ୍ୟ ଭାରତରେ ପହଞ୍ଚିଛନ୍ତି। ସଂଧ୍ୟାରେ ପହଞ୍ଚୁ ପହଞ୍ଚୁ ଖେଳାଳିମାନଙ୍କୁ ଭବ୍ୟ ସ୍ବାଗତ ସହ ପାଛୋଟି ନିଆଯାଇଛି। ଖେଳାଳିମାନଙ୍କ ସ୍ବାଗତ କରିବାକୁ ହରିୟାଣା କ୍ରୀଡ଼ାମନ୍ତ୍ରୀ ତଥା ପୂର୍ବତନ ହକି ଖେଲାଳି ସନ୍ଦୀପ ସିଂହ, ଭାରତୀୟ ପାରାଲିମ୍ପିକ୍ କମିଟି (ପିସିଆଇ)ର ବରିଷ୍ଠ ଅଧିକାରୀ ଏବଂ ପ୍ରଶଂସକମାନେ ବିମାନ ବନ୍ଦରରେ ଉପସ୍ଥିତ ଥିଲେ। ଗୁରୁବାର ଟୋକିଓ ଫେରନ୍ତା ପାରା ଆଥ୍ଲେଟ୍ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ ଟୋକିଓ ପାରାଲିମ୍ପିକ୍ସରେ ଭାରତ ୫ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୬ କାଂସ୍ୟ ସହ ମୋଟ ୧୯ ପଦକ ପାଇ ତାଲିକାର ୨୪ତମ ସ୍ଥାନରେ ରହିଥିଲା।
ଭାରତୀୟ ପାରାଲିମ୍ପିଆନ୍ଙ୍କ ଘର ବାହୁଡ଼ା
/sambad/media/post_attachments/wp-content/uploads/2021/09/s5f64h4sf89h4sf43h32fs132sfhfshfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)