ସାଉଥମ୍ପଟନ୍‌ ନିଷ୍ପତ୍ତିରେ ଆଇସିସି ମୋହର

ଲଣ୍ଡନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ୍ ୧୮ରୁ ୨୨ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଐତିହାସିକ ଲର୍ଡସ ଷ୍ଟାଡିୟମ୍ ପରିବର୍ତ୍ତେ ସାଉଥମ୍ପଟନ୍‌ର ଏଜେସ୍ ବାୱେଲରେ ଖେଳାଯିବ ବୋଲି ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସୂଚନା ଦେଇଥି‌ଲେ। ବୁଧବାର ବିଶ୍ବ କ୍ରିକେଟ୍‌ର ସର୍ବୋଚ୍ଚ ସଂସ୍ଥା ଆଇସିସି ତାଙ୍କ କଥା ଉପରେ ଆନୁଷ୍ଠାନିକ ମୋହର ମାରିଛି। କୋଭିଡ୍-୧୯ ସଙ୍କଟ ନେଇ ସୃଷ୍ଟି ହୋଇଥିବା ଅଦ୍ଭୂତପୂର୍ବ ଆହ୍ବାନ ଲାଗି ଏଜେସ୍ ବାୱେଲକୁ ବଛା‌ ଯାଇଥିବା ବୁଧବାର ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛି ଆଇସିସି। ଏହି ଷ୍ଟାଡିୟମ୍‌ରେ ବିଶ୍ବସ୍ତରୀୟ ସୁବିଧା ସୁଯୋଗ ଅଛି। ଉଭୟ ଦଳ ଏହି ପ୍ରତୀକ୍ଷିତ ମ୍ୟାଚ୍ ଲାଗି ପ୍ରସ୍ତୁତି କରିବା ଲାଗି ଶ୍ରେଷ୍ଠ ପରିବେଶ ପାଇବେ ବୋଲି ମଧ୍ୟ ଏହି ବିଜ୍ଞପ୍ତିରେ ଆଇସିସି କହିଛି।

ସମ୍ବନ୍ଧିତ ଖବର