ଗ୍ବାଙ୍ଗଜୁ (ଦକ୍ଷିଣ କୋରିଆ): ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଭାରତୀୟ ତୀରନ୍ଦାଜି କମ୍ପାଉଣ୍ଡ୍ ଦଳ ଲଗାତାର ଭାବେ ବିଶ୍ବକପ୍ ସ୍ବର୍ଣ୍ଣ ପଦକ ଜିତିନେଇଛି। ଅଲିମ୍ପିକ୍ସ ଶୃଙ୍ଖଳା ରିକର୍ଭ ଇଭେଣ୍ଟ୍ରେ ଭାରତୀୟ ମହିଳା ଦଳ କାଂସ୍ୟ ପଦକ ଜିତିବାର ଗୋଟିଏ ଦିନ ପରେ କମ୍ପାଉଣ୍ଡ୍ ଦଳ ପ୍ରଧାନ୍ୟ ବିସ୍ତାର କରିବାରେ ସକ୍ଷମ ହୋଇଥିଲା। ଅଭିଷେକ ବର୍ମା, ଅମନ ସୈନି, ରଜତ ଚୌହାନଙ୍କୁ ନେଇ ଗଠିତ କମ୍ପାଉଣ୍ଡ୍ ଦଳ ଚତୁର୍ଥ ମାନ୍ୟତାପ୍ରାପ୍ତ ଦଳ ଭାବେ ଖେଳି ଫାଇନାଲ୍ରେ ଷଷ୍ଠ ମାନ୍ୟତାପ୍ରାପ୍ତ ଫ୍ରାନ୍ସକୁ ୨୩୨-୨୩୦ରେ ରୋମାଞ୍ଚକ ଭାବେ ହରାଇଥିଲେ। ଆଦ୍ରିଏନ୍ ଗଣ୍ଟିଏର୍, ଜିନ୍ ଫିଲିପ୍ ବୁଲ୍ଚ ଏବଂ କେଣ୍ଟିନ ବାରାଇର୍ଙ୍କୁ ନେଇ ଗଠିତ ଫ୍ରାନ୍ସ ଦଳ ମାତ୍ର ୨ ପଏଣ୍ଟ୍ ବ୍ୟବଧାନରେ ହାରିଥିଲେ। ଗତ ମାସରେ ଆନ୍ତାଲ୍ୟାରେ ଅନୁଷ୍ଠିତ ବିଶ୍ବକପ୍ ଷ୍ଟେଜ୍-୧ରେ ମଧ୍ୟ ଭାରତୀୟ କମ୍ପାଉଣ୍ଡ୍ ଦଳ ମାତ୍ର ଗୋଟିଏ ପଏଣ୍ଟ୍ରେ ଫ୍ରାନ୍ସକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଥିଲା। ଅନ୍ୟପକ୍ଷରେ ଅଜଣାଅଶୁଣା ମୋହନ ଭରଦ୍ବାଜ ବିଶ୍ବ ବିଜେତା ନିକୋ ୱେନରଙ୍କୁ ପରାସ୍ତ କରି ବିଶ୍ବକପ୍ର ବ୍ୟକ୍ତିଗତ ରୌପ୍ୟ ପଦକ ଜିତି ନେଇଛନ୍ତି। ପୂର୍ବରୁ ଫାଇନାଲରେ ମୋହନଙ୍କ ସ୍ବପ୍ନର ଯାତ୍ରାକୁ ନେଦରଲାଣ୍ଡ୍ସର ମାଇକ୍ ସ୍କଲଜର ୧୪୯-୧୪୧ରେ ଶେଷ କରି ଦେଇଥିଲେ। ଏଥି ସହିତ ଭାରତୀୟ କମ୍ପାଉଣ୍ଡ୍ ଦଳ ଶନିବାର ସୁଦ୍ଧା ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ, କାଂସ୍ୟ ପଦକ ଜିତିବାରେ ସକ୍ଷମ ହୋଇଛି।
ଭାରତୀୟ ତୀରନ୍ଦାଜି ଦଳକୁ ଲଗାତାର ବିଶ୍ବକପ୍ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2022/05/sf4hf65s4hhf654f65hfhsfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)