ଭୁବନେଶ୍ବର: ଭାରତୀୟ ବିଶ୍ବବିଦ୍ୟାଳୟ ମହିଳା ଫୁଟ୍‌ବଲ୍‌ ଦଳ ପ୍ରଥମ ଥର ଲାଗି ଚୀନ୍‌ରେ ଚଳିତ ମାସ ୧୯ରୁ ୨୪ ପର୍ଯ୍ୟନ୍ତ ହେବାକୁ ଥିବା ଦ୍ବିତୀୟ ଏସୀୟ ବିଶ୍ବବିଦ୍ୟାଳୟ ଫୁଟ୍‌ବଲ୍‌ କପ୍‌ରେ ଭାଗ ନେବ। ଏହି ଦଳର ସମସ୍ତ ଖେଳାଳି ଭୁବନେଶ୍ବରସ୍ଥିତ କିଟ୍‌ ବିଶ୍ବବିଦ୍ୟାଳୟ ଅଧୀନସ୍ଥ ‘କିସ୍‌’ର ଛାତ୍ରୀ। ଏମାନେ ପ୍ରଥମ ଥର ବିଦେଶ ଗସ୍ତ କରିବାର ସୁଯୋଗ ମଧ୍ୟ ପାଇଛନ୍ତି। କିଟ୍‌ ବିଶ୍ବବିଦ୍ୟାଳୟ ଏହି ଦଳ ଲାଗି ପ୍ରାୟ ୫୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ଏହି ପ୍ରତିଯୋଗିତାରେ ଭାରତ ସହ ଜାପାନ, କୋରିଆ, ଚୀନ, ‌ମଙ୍ଗୋଲିଆ, ଥାଇଲାଣ୍ଡ, କତର, ସାଉଦି ଆରବ ଅଂଶଗ୍ରହଣ କରୁଛନ୍ତି। ଭାରତୀୟ ଦଳ ମଙ୍ଗଳବାର ଭୁବନେଶ୍ବରରୁ ଚୀନ ଅଭିମୁଖେ ଯାତ୍ରା କରିବ। ଭାରତୀୟ ବିଶ୍ବବିଦ୍ୟାଳୟ ସଂଘର ଯୁଗ୍ମ ସମ୍ପାଦକ ବଲଜିତ ସିଂହ ସେଖୋନ, କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଡ଼ିଶା ଫୁଟ୍‌ବଲ୍‌ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା ଅଲିମ୍ପିକ୍ ସଂଘ ସମ୍ପାଦକ ଅଭିଜିତ୍‌ ପାଲ୍‌ ଏବଂ ଏଆଇଏଫ୍‌ଏଫ୍‌ ବୈଷୟିକ ନିର୍ଦେଶକ ସୟେଦ ସବିର ପାଶା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଛନ୍ତି। 

Advertisment

ଭାରତୀୟ ଦଳ: ଜେମା ସୟ, ଅଙ୍କିତା ନାଏକ, ଜ୍ୟୋତ୍ସ୍ନା ମୁଣ୍ଡରି, ସଲ୍‌ମା ମୁର୍ମୁ, ରିଲାନ ଏକ୍କା, ସା‌ଲ୍‌ଗେ ସୋରେନ, ଆଶିକା ଓରାମ, ସୀତାମଣି ବାସ୍କେ, ଭାରତୀ ଓରାମ, ରଞ୍ଜିତା ନାଏକ, ମାଳତୀ ଟୁଡ଼ୁ, ବର୍ଷାରାଣୀ ମାଝି, ସୁଲେନ୍ଦ୍ରୀ ‌ଚାଲାନ, ଅରତୀ ଦଳାଇ, ରେଶମା ବେଗମ (ପ୍ରଶିକ୍ଷକ) ଓ କନ୍ଦନ ମୁର୍ମୁ (ଅଫିସିଆଲ୍‌)।