ଆହତ ସେରେନା ଫ୍ରେଞ୍ଚ୍‌ ଓପନ୍‌ରୁ ଓହରିଲେ

ପ୍ୟାରିସ: ପୂର୍ବତନ ‌ଶୀର୍ଷ ମାନ୍ୟତାପ୍ରାପ୍ତ ମହିଳା ଟେନିସ ଖେଳାଳି ଆମେରିକାର ସେରେନା ୱିଲିୟମ୍ସ ବୁଧବାର ଚଳିତ ଫ୍ରେଞ୍ଚ ଓପନ୍‌ରୁ ଓହରି ଯାଇଛନ୍ତି। ୩୯ ବର୍ଷୀୟା ସେରେନାଙ୍କ ଗୋଡ଼ରେ ଯନ୍ତ୍ରଣା ହେବାରୁ ବୁଲଗେରିଆର ସ୍ବେତନା ପିରୋଙ୍କୋଭାଙ୍କ ବିପକ୍ଷ ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍‌ ପୂର୍ବରୁ ପ୍ରତିଯୋଗିତାରୁ ଓହରିବା ଲାଗି ସେ ନିଷ୍ପତ୍ତି ନେଇଥିଲେ। ଫଳରେ ଏଠାରେ ୩ ଥର ଟ୍ରଫି ଜିତିଥିବା ସେରେନାଙ୍କ ୨୪ ଗ୍ରାଣ୍ଡ ସ୍ଲାମ୍‌ ମୁକୁଟ ସ୍ବପ୍ନ ଅଟକିଛି। ତାଙ୍କୁ ଏବେ ମାର୍ଗାରେଟ କୋର୍ଟଙ୍କ ଏହି ସର୍ବାଧିକ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ବିଜୟ ସହ ସମକକ୍ଷ ହେବାକୁ ୨୦୨୧ ଅଷ୍ଟ୍ରେଲିଆନ୍‌ ଓପନ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ମୁଁ ଚାଲିବା ବେଳେ କଷ୍ଟ ଅନୁଭବ କରିଥିଲି। ପ୍ରଶିକ୍ଷକଙ୍କ ସହ ଆଲୋଚନା କରି ଓହରିବା ପାଇଁ ନିଷ୍ପତ୍ତି ନେଇଥିଲି। ୪ରୁ ୬ ସପ୍ତାହ ମଧ୍ୟରେ ସୁସ୍ଥ ହୋଇଯିବି ବୋଲି ସେରେନା କହିଛନ୍ତି। ସେରେନା ଓହରିଯିବା ପରେ ତାଙ୍କ ବିପକ୍ଷ ଖେଳାଳି ପିରୋଙ୍କୋଭା ୱାକ୍‌ଓଭର ପାଇ ତୃତୀୟ ପର୍ଯ୍ୟା‌ୟରେ ସ୍ଥାନ ପକ୍କା କରିଛନ୍ତି।

ସମ୍ବନ୍ଧିତ ଖବର