ବେଙ୍ଗାଲୁରୁ : ଆହତ ଯୋଗୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ରଜତ ପଟିଦାର ଓ ଜୋସ୍‌ ହାଜଲେଉଡ୍‌ ଆଇପିଏଲ୍‌ରେ ଖେଳିପାରୁନଥିଲା ବେଳେ ଏବେ ଆଉ ଏକ ଆଘାତ ସମସ୍ୟା ମୁଣ୍ଡ ଟେକିଲାଣି।

Advertisment

ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବେଙ୍ଗାଲୁରୁରେ ମ୍ୟାଚ୍ ଖେଳାଯାଉଥିବା ଅବସରରେ ଆର୍‌ସିବିର ରିସି ଟପ୍‌ଲେ ଗୁରୁତର ଆଘାତର ଶିକାର ହୋଇଥିଲେ। କ୍ଷେତ୍ରରକ୍ଷଣ କରୁଥିଲା ବେଳେ ତାଙ୍କ ଗୋଡ଼ ଘାସରେ ଦବି ଯିବାରୁ ସେ କାନ୍ଧ ଉପରେ ପଡ଼ିଯାଇଥିଲେ। ଯାହାଫଳରେ କାନ୍ଧ ହାଡ଼ ଖସିଯାଇଥିଲା। ତେବେ ସୌଭାଗ୍ୟବସତଃ ଦଳର ଡାକ୍ତର ତୁରନ୍ତ କାନ୍ଧ ହାଡ଼କୁ ଯୋଡ଼ି ଦେଇଥିଲେ। ହେଲେ ଆଭ୍ୟନ୍ତରୀଣ ଆଘାତ କେତେ ଗୁରୁତର ତାହା ସ୍କାନିଂ କରାଯିବା ପରେ ଜଣାପଡ଼ିବ ବୋଲି ମୁଖ୍ୟ ପ୍ରଶିକ୍ଷକ ମାଇକ୍‌ ହାସନ୍‌ କହିଛନ୍ତି। ତେବେ ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ଦଳୀୟ ସଦସ୍ୟମାନେ ଆଶାବ୍ୟକ୍ତ କରିଛନ୍ତି।