ଅନ୍ତଃଜିଲ୍ଲା ଟ୍ବେଣ୍ଟି-୨୦ ଲିଗ୍‌ ଉଦ୍‌ଘାଟିତ: ପ୍ରଥମ ଦିନ ୧୩ ଅର୍ଧଶତକ, ୨ ଜଣଙ୍କୁ ୫ ଵିକେଟ୍‌

କଟକ: ଓଡ଼ିଶା କ୍ରିକେଟ୍‌ ସ˚ଘ (ଓସିଏ)ର ଅନ୍ତଃଜିଲ୍ଲା ଟ୍ବେଣ୍ଟି-୨୦ ଲିଗ୍‌ କ୍ରିକେଟ୍‌ ପ୍ରତିଯୋଗିତା ସୋମବାରଠୁ କଟକ ଓ ଭୁବନେଶ୍ବରରେ ଆରମ୍ଭ ହୋଇଛି। କିଟ୍‌ରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ବାରବାଟୀ ଷ୍ଟାଡିୟମ୍‌ରେ ସମ୍ପାଦକ ସ˚ଜୟ ବେହେରା, ବିଡ଼ାନାସୀରେ ଉପସଭାପତି ଅକ୍ଷୟ ସାମନ୍ତ, ନିମପୁରରେ ଯୁଗ୍ମ ସମ୍ପାଦକ ମେହତାବ ଖାନ, ସେଞ୍ଚୁରିଆନ୍‌ରେ କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ରେଭେନ୍ସାରେ କାଉନସିଲ ସଦସ୍ୟ ସୁବାଶିଷ ସେନାପତି, ଭୁବନେଶ୍ବର ମୂଳା ପଡ଼ିଆରେ ଆପେକ୍ସ କାଉନସିଲ ସଦସ୍ୟ ରଶ୍ମିତା ମହାନ୍ତି, ବିକାଶ ପଡ଼ିଆରେ ଭୁବନେଶ୍ବର ଦୌଡ଼କୁଦ ସ˚ଘ ସମ୍ପାଦକ ସୌର୍ଯ୍ୟର˚ଜନ ପରିଜା, ଡ୍ରିମ୍ସରେ ଡ୍ରିମ୍ସ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ପ୍ରମୋଦ କୁମାର ରଥ ମ୍ୟାଚ୍‌ଗୁଡ଼ିକୁ ଉଦ୍‌ଘାଟନ କରିଥିଲେ। ପ୍ରଥମ ଦିନରେ ୯ଟି ପଡ଼ିଆରେ ଅନୁଷ୍ଠିତ ୧୮ଟି ମ୍ୟାଚ୍‌ରେ ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗୀର, ମୟୂରଭଞ୍ଜ, ରାଉରକେଲା, ଢେଙ୍କାନାଳ, ଭୁବନେଶ୍ବର ବି’, କଟକ ବି’, ଯାଜପୁର, ସୁନ୍ଦରଗଡ଼, ନୟାଗଡ଼, ସମ୍ବଲପୁର, କଟକ ଏ’, ଭୁବନେଶ୍ବର ଏ’, ଇକୋର୍ସା, କୋରାପୁଟ, ସୋନପୁର, ଗଞ୍ଜାମ ବିଜୟୀ ହୋଇଛନ୍ତି।

ଉଦ୍‌ଘାଟନୀ ଦିବସରେ ୧୩ଜଣ ଅର୍ଧଶତକ ଅର୍ଜନ କରିଥିଲା ବେଳେ ୨ ଜଣ ବୋଲର ୫ ଵିକେଟ୍ ସଫଳତା ପାଇଛନ୍ତି। ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର (୯୫) ଶତକ ଅର୍ଜନରୁ ଅଳ୍ପକେ ବଞ୍ଚିତ ‌ହୋଇଛନ୍ତି। ତାଙ୍କ ବ୍ୟତୀତ ଶୁଭ୍ରା˚ଶୁ ସେନାପତି ୭୮, ଅଙ୍କିତ ସି˚ହ ୬୭, ସ୍ପର୍ଶ ସୋମାନି ୬୭, ଦୁର୍ଗାପ୍ରସାଦ ବେହେରା ୬୪, ଗୌରବ ଚୌଧୁରୀ ୬୨, ସୁନିଲ କୁମାର ସାହୁ ୬୨, ଆଦିତ୍ୟ ରାଉତ ୫୯, ବିନିତ କୁମାର ମହାନ୍ତି ୫୭, ଶୁଭଙ୍କର ବିଶ୍ବାସ ୫୦, ସମୀର ର˚ଜନ ମହାନ୍ତି ୫୦ ରନ୍‌ ସ˚ଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ମୟୂରଭଞ୍ଜର ଦିବ୍ୟର˚ଜନ ଦାସ, କନ୍ଧମାଳର ରଶ୍ମିର˚ଜନ ସାହୁ ୫ ଵିକେଟ ସଫଳତା ପାଇଛନ୍ତି।

ଗୋବିନ୍ଦ ଶତକରୁ ବଞ୍ଚିତ
ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଅନ୍ତଃଜିଲ୍ଲା ଟ୍ବେଣ୍ଟି-୨୦ ଲିଗ୍‌ର ପ୍ରଥମ ଶତକରୁ ବଞ୍ଚିତ ହୋଇଛନ୍ତି। ଭୁବନେଶ୍ବରର ମୂଳା ପଡ଼ିଆରେ ସୁନ୍ଦରଗଡ଼ ଓ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଗୋବିନ୍ଦ ୯୫ ରନ୍‌ କରି ରନ୍‌ ଆଉଟ ହୋଇଯାଇଥିଲେ। ଏହି ମ୍ୟାଚ୍‌ରେ ସୁନ୍ଦରଗଡ଼ ୮୧ ରନ୍‌ରେ ବିଜୟୀ ହୋଇଥିଲା। ପ୍ରଥମେ ବ୍ୟାଟି˚ କରିଥିବା ସୁନ୍ଦରଗଡ଼ ୨ ଵିକେଟ୍ ବିନିମୟରେ ୨୦୧ ରନ୍‌ ସ˚ଗ୍ରହ କରିଥିଲା। ଦଳ ପକ୍ଷରୁ ଗୋବିନ୍ଦଙ୍କ ବ୍ୟତୀତ ଅଙ୍କିତ ସି˚ହ ୬୭*, ଟି.ଏସ୍‌ ଦୋରା ୧୮, ଅଧିନାୟକ ଵାଲ୍‌ଟର ଟପ୍ପୋ ୧୪* ରନ୍‌ କରିପାରିଥିଲେ। ବୌଦ୍ଧ ଏହାକୁ ପିଛା କରି ନିର୍ଧାରିତ ଓଭରସୁଦ୍ଧା ୭ ଵିକେଟ୍ ହରାଇ ୧୨୦ ରନ୍‌ କରିପାରିଥିଲା। ବିଭୂ ମଲ୍ଲିକ ସର୍ବାଧିକ ୩୭ ରନ୍‌ କରିଥିଲାବେଳେ ବିଜୟୀ ଦଳର ଅମରଜିତ ରାଉତ ଓ ଗୋବିନ୍ଦ ଦୁଇଟି ଲେଖାଏଁ ଵିକେଟ ଏବ˚ ସ˚ଜୟ ଦାସ, ସୁରଜ ସି˚ହ, କୌଶିକ ଦାସ ୧ ଵିକେଟ୍ ଲେଖାଏଁ ନେଇଥିଲେ।

ସମ୍ବନ୍ଧିତ ଖବର