ଆଇପିଏଲ୍‌ ନିଲାମ ଫେବ୍ରୁଆରି ୧୮ରେ ! ନିଲାମ ତାଲିକାରେ ଓଡ଼ିଶାରୁ ୬

ନୂଆଦିଲ୍ଲୀ: ଚଳିତ ବର୍ଷ‌ ହେବାକୁଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଲାଗି ଖେଳାଳି ନିଲାମ ଫେବ୍ରୁଆରି ୧୮ ତାରିଖରେ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ହେଲେ କେଉଁଠାରେ ହେବ ତାହା ସ୍ଥିର ହୋଇନି ବୋଲି ସେ କହିଛନ୍ତି। ଚଳିତ ବର୍ଷ ଆଇପିଏଲ୍‌ ଭାରତରେ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ହେଲେ ସବୁ କିଛି କରୋନା ମହାମାରୀ ପରିସ୍ଥିତି ଉପରେ ନିର୍ଭର କରୁଛି। ‌ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଦେଶରେ କରିବାକୁ ଆଗ୍ରହୀ ବୋଲି କହିଛନ୍ତି। କରୋନା ମହାମାରୀ ପାଇଁ ୨୦୨୦ ସଂସ୍କରଣ ସେପ୍ଟେମ୍ବର-ନଭେମ୍ବରରେ ୟୁଏଇରେ ଆୟୋଜିତ ହୋଇଥିଲା। ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ଭାରତ ଘରେ ଖେଳିବାକୁ ଯାଉଥିବାରୁ ଆଇପିଏଲ୍‌ ଏଠାରେ ହେବାର ସମ୍ଭାବନା ଅଧିକ ରହିଛି। ଆଇପିଏଲ୍‌ର ଖେଳାଳି ରଖିବା ଓ ଛାଡ଼ିବାର ଶେଷ ତାରିଖ ଜାନୁଆରି ୨୦ ଥିଲା ଏବଂ ଟ୍ରେଡିଂ ଲାଗି ଫେବ୍ରୁଆରି ୪ ଶେଷ ତାରିଖ ରହିଛି।

ନିଲାମ ତାଲିକାରେ ଓଡ଼ିଶାରୁ ୬
କଟକ: ଚଳିତ ବର୍ଷ ଖେଳାଯିବାକୁଥିବା ଆଇପିଏଲ୍‌ ପାଇଁ ଖେଳାଳି ନିଲାମ ତାଲିକାରେ ଓଡ଼ିଶାରୁ ୬ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଶୁଭ୍ରା˚ଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି, ପପୁ ରୟ, ଗୌରବ ଚୌଧୁରୀ ଓ ତାରିଣୀ ସ’। ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ପ୍ରଦର୍ଶନକୁ ଆଧାର କରି ଏମାନଙ୍କ ନାମ ବଛାଯାଇଥିବା କୁହାଯାଉଛି। ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଶୁଭ୍ରା˚ଶୁ ୩୬.୫୦ ହାରରେ ୧୪୬ ରନ୍‌ ସ˚ଗ୍ରହ କରିଥିଲା ବେଳେ ଧୂପର ୨୮.୫୦ ହାରରେ ୧୧୪, ଗୌରବ ୨୨.୬୬ ହାରରେ ୬୮ ରନ୍‌ ସ˚ଗ୍ରହ କରିଥିଲେ। ସେହିପରି ବୋଲରଙ୍କ ଭିତରେ ପପୁ ୪ ଓ ରାଜେଶ ୧ ଵିକେଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର