ମୁମ୍ବାଇ: ଚଳିତ ଆଇପିଏଲ୍ର ଫାଇନାଲ୍ ମ୍ୟାଚ୍ ସମୟରେ ପରିବର୍ତନ କରାଯାଇଛି। ମଇ ୨୯ ତାରିଖରେ ଫାଇନାଲ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ରାତି ୭.୩୦ରେ ଖେଳାଯିବାକୁ ପୂର୍ବରୁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ବିସିସିଆଇ ଏହାକୁ ରାତି ୮ଟାକୁ ଘୁଞ୍ଚାଇ ଦେଇଛି। ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଏଥର ଏକ ମନୋରମ ଉଦ୍ଯାପନୀ ଉତ୍ସବର ଯୋଜନା ଥିବାରୁ ଏଭଳି ପରବର୍ତନ କରାଯାଇଛି। ଉଦ୍ଘାଟନୀ ଉତ୍ସବ ସଂଧ୍ୟା ୬.୩୦ରେ ୫୦ ମିନିଟ୍ ପାଇଁ ଅନୁଷ୍ଠିତ ହେବ। ମହାନ ସଂଗୀତଜ୍ଞ ଏ ଆର୍ ରେହମାନ ଏବଂ ବଲିଉଡ୍ ତାରକା ରଣବୀର ସିଂହ ଏହି ଉତ୍ସବରୁ ମୁଖ୍ୟ ଆକର୍ଷଣ ହେବେ। ୭.୩୦ରେ ଟସ୍ ପଡ଼ିବ ଏବଂ ୮.୦୦ରେ ଫାଇନାଲ୍ ଆରମ୍ଭ ହେବ। ସୂଚନାଯୋଗ୍ୟ, ଆଇପିଏଲ୍ର ପ୍ରଥମ ୧୦ ବର୍ଷ ମ୍ୟାଚ୍ଗୁଡ଼ିକ ଅପରାହ୍ଣ ୪.୦୦ ଓ ରାତି ୮.୦୦ରେ ଖେଳାଯାଇଥିଲା। ବର୍ତମାନର ପ୍ରସାରଣକାରୀ ଷ୍ଟାର୍ ସ୍ପୋର୍ଟସ କିନ୍ତୁ ଏହାକୁ ଅଧଘଣ୍ଟା ପାଇଁ ଆଗୁଆ କରିବାକୁ ପ୍ରସ୍ତାବ ଦେବାରୁ ପରବର୍ତୀ ବର୍ଷଗୁଡିକ ୩.୩୦ ଓ ୭.୩୦ରେ ମ୍ୟାଚ୍ ଖେଳାଯାଇ ଆସୁଥିଲା। ଷ୍ଟାର୍ ସ୍ପୋର୍ଟସର ଚୁକ୍ତି ୨୦୨୨ ସଂସ୍କରଣ ଫାଇନାଲ୍ ସହ ଶେଷ ହେଉଥିବାରୁ ବିସିସିଆଇ ପୁଣି ଥରେ ସେହି ପୁରୁଣା ସମୟରେ (୪.୦୦ ଏବଂ ୮.୦୦) ମ୍ୟାଚ୍ ଖେଳାଇବାକୁ ଯୋଜନା କରୁଛି।
ଆଇପିଏଲ୍ ଫାଇନାଲ୍ ରାତି ୮ଟାରେ
/sambad/media/post_attachments/wp-content/uploads/2022/01/ipl1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)