ମୁମ୍ବାଇ: ଦର୍ଶକଙ୍କ ବିନା ମ୍ୟାଚ୍ ଖେଳିବାକୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ନାପସନ୍ଦ କରିଛନ୍ତି। ଦର୍ଶକ ଖେଳର ଅବିଚ୍ଛିନ୍ନ ଅଙ୍ଗ ହୋଇଥିବାରୁ କରୋନା ଆତଙ୍କ ପାଇଁ ସେମାନଙ୍କ ବିନା ମ୍ୟାଚ୍ ଖେଳିବାକୁ ସ୍ବପ୍ନରେ ମଧ୍ୟ ଭାବି ପାରିବେ ନାହିଁ ବୋଲି ସେ କହିଛନ୍ତି। ହେଲେ ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଏହାକୁ ସମର୍ଥନ କରିଛନ୍ତି। ବରଂ ବନ୍ଦ ଦ୍ବାର ଭିତରେ ଆଇପିଏଲ୍ ଭଳି ପ୍ରତିଯୋଗିତା ଖେଳିବା ଓ ଆୟୋଜନ କରିବା ଏକ ଚତୁର ଚାଲ୍ ହେବ ବୋଲି ପାଣ୍ଡ୍ୟା ମତ ଦେଇଛନ୍ତି। ''ବନ୍ଦ ଦ୍ବାର ଭିତରେ ଓ ବିନା ଦର୍ଶକରେ ଚଳିତ ବର୍ଷର ଆଇପିଏଲ୍ ଖେଳ ହେଲେ ବ୍ୟକ୍ତିଗତ ଭାବେ ମାର କୌଣସି ଅସୁବିଧା ନାହିଁ। କାରଣ ଅତୀତରେ ଅନେକ ରଣଜୀ ମ୍ୟାଚ୍ ହାତ ଗଣତି କିମ୍ବା ବିନା ଦର୍ଶକରେ ଖେଳିବାର ଅଭିଜ୍ଞତା ମୋର ଅଛି। ତେବେ ଦର୍ଶକଙ୍କ ଅନୁପସ୍ଥିତିରେ ଆଇପିଏଲ୍ ଖେଳିବା ଏକ ଭିନ୍ନ ଅନୁଭୂତି ହେବ। ଅନ୍ତତଃ ଦର୍ଶକମାନେ ଘରେ ବସି କ୍ରିକେଟ୍କୁ ଉପଭୋଗ କରି ପାରିବେ'' ବୋଲି ପାଣ୍ଡ୍ୟା ରବିବାର ଅନଲାଇନରେ ଦେଇଥିବା ଏକ ସାକ୍ଷାତକାର ଅବସରରେ କହିଛନ୍ତି। ତେବେ ସଚିନଙ୍କ ପୂର୍ବରୁ ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ବିନା ଦର୍ଶକରେ ଆଇପିଏଲ୍ ଖେଳାଯିବା ସମ୍ଭାବନାକୁ ଏଡ଼ାଇ ଯାଇଥିଲେ। ଏପରିକି କରୋନା ପାଇଁ ଭାରତରେ ନିକଟ ଭବିଷ୍ୟତରେ କ୍ରିକେଟ୍ ହେବା ସମ୍ଭାବନା କମ୍ ବୋଲି ସ୍ପଷ୍ଟ କରି ଦେଇଥିଲେ। ନିଜ ବେପରୁଆ ଓ ବିନ୍ଦାସ ବ୍ୟବହାର ପାଇଁ ପରିଚିତ ପାଣ୍ଡ୍ୟା କିନ୍ତୁ ସଚିନ, ସୌରଭଙ୍କ ଭଳି ମହାନ ଖେଳାଳିଙ୍କ କଥା ସହ ଏକମତ ହୋଇ ନାହାନ୍ତି। ତେବେ 'କଫି ୱିଥ୍ କରଣ' ଟେଲିଭିଜନ୍ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତି ଦେଇଥିବା ଆଶାଳୀନ ମନ୍ତବ୍ୟ ଲାଗି ସେ ପଶ୍ଚାତାପ କରିଛନ୍ତି। କରଣଙ୍କ ସହ କଫି ପିଇବା ତାଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହେଲା। ଏଥିଲାଗି ସେ ଭାରତୀୟ ଦଳରୁ ନିଲମ୍ବିତ ହୋଇଥିଲେ ବୋଲି ପାଣ୍ଡ୍ୟା ନିଜକୁ ଥଟ୍ଟା କରି କହିଥିଲେ।
ବନ୍ଦ ଦ୍ବାର ଭିତରେ ଆଇପିଏଲ୍ ଏକ ଚତୁର ଚାଲ୍ ହେବ: ପାଣ୍ଡ୍ୟା
/sambad/media/post_attachments/wp-content/uploads/2018/03/hardik-pandya-training-gear-afp_806x605_71505048307.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)