ଷ୍ଟାଡିୟମ୍‌ ସଫା କରି ପ୍ରଶଂସା ସାଉଁଟିଲେ ଜାପାନୀ

ଦୋହା: ବୁଧବାର ଜର୍ମାନି ବିପକ୍ଷରେ ବିପର୍ଯ୍ୟୟ ଘଟାଇବା ପରେ ଜାପାନ ଚର୍ଚ୍ଚାରେ ରହିଛି। ତେବେ ଆଉ ଏକ ଘଟଣା ପାଇଁ ମଧ୍ୟ ଜାପାନ ଖୁବ୍‌ ପ୍ରଶଂସିତ ହୋଇଛି। ଏହି ମ୍ୟାଚ୍‌ ଶେଷ ହେବା ପରେ ଖଲିଫା ଷ୍ଟାଡିୟମ୍‌ ଗ୍ୟାଲେରିରେ ପଡ଼ିଥିବା ଅଳିଆକୁ ସଫା କରିଥିଲେ ଜାପାନୀ ପ୍ରଶଂସକ। ଦଳର ବିଜୟକୁ ପାଳନ କରିବା ଅପେକ୍ଷା ସେମାନେ ଦର୍ଶକଙ୍କ ପ୍ରସ୍ଥାନକୁ ଅପେକ୍ଷା କରି ରହିଥିଲେ। ଷ୍ଟାଡିୟମ୍‌ ଖାଲି ହେବା ପରେ ସଫେଇ କର୍ମଚାରୀଙ୍କ ସହ ମିଶି ସେମାନେ ଗ୍ୟାଲେରି ସଫା କରିଥିଲେ। ଏଥିପୂର୍ବରୁ କାତାର-ଇକ୍ବେଡ଼ର ଉଦ୍‌ଘାଟନୀ ମ୍ୟାଚ୍‌ ପରେ ସେମାନେ ଅଲ୍‌ ବାୟତ୍‌ ଷ୍ଟାଡିୟମ୍‌ ସଫା କରିଥିବା ମଧ୍ୟ ଦେଖାଯାଇଥିଲା। ୨୦୧୮ ରୁଷିଆ ବିଶ୍ବକପ୍‌ ସମୟରେ ମଧ୍ୟ ଜାପାନୀ ପ୍ରଶଂସକମାନେ ଷ୍ଟାଡିୟମ୍‌ର ଅଳିଆ ସଫା କରି ପ୍ରଶଂସିତ ହୋଇଥିଲେ।

ସମ୍ବନ୍ଧିତ ଖବର