ଖୋର୍ଦ୍ଧା ଜିଲ୍ଲା ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଉଦ୍‌ଯାପିତ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଶନିବାର ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ଠାରେ ଉଦ୍‌ଯାପିତ ହୋଇଯାଇଛି। ବିଭିନ୍ନ ବର୍ଗରେ ଶତାଧିକ ପ୍ରତିଯୋଗୀ ଭାଗନେଇ ଜିଲ୍ଲା କୀର୍ତ୍ତିମାନ ବଜାୟ ରଖିଛନ୍ତି। ପୂର୍ବତନ ଜଟଣୀ ବିଧାୟକ ବିଭୁତି ବଳବନ୍ତରାୟ ଉଦ୍‌ଯାପନୀ ଉତ୍ସବର ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ରାଜ୍ୟ ଶକ୍ତିଉତ୍ତୋଳନ ସଂଘର ସଭାପତି ଇଂ ଚିତ୍ତରଞ୍ଜନ ସ୍ବାଇଁ, ଜିଲ୍ଲା ସଂଘର ସଭାପତି ର‌ାଜେଶ ପରିଡ଼ା, ସଂପାଦକ ସମରେନ୍ଦ୍ର ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉତ୍କଳ କରାଟେ ସ୍କୁଲ୍‌ର ସଂପାଦକ ଡଃ ହରିପ୍ରସାଦ ପଟ୍ଟନାୟକ ଶକ୍ତିଉତ୍ତୋଳନ କ୍ଷେତ୍ରରେ ରାଜ୍ୟ ଓ ଜିଲ୍ଲାର ଭବିଷ୍ୟତ ଉଜ୍ଜଳ ବୋଲି ଆଶାବ୍ୟକ୍ତି କରିଥିଲେ।

ସ୍ବର୍ଣ୍ଣ ପଦକ ବିଜେତା: ଅନୁପମା ସ୍ବାଇଁ (ବରିଷ୍ଠ ମହିଳା ୫୨ ଓ ମହିଳା ୫୨ କେଜି), ଗାୟତ୍ରୀ ମୁର୍ମୁ (ବରିଷ୍ଠ ମହିଳା ୫୭ କେଜି), ମଧୁସ୍ମିତା ମହାନ୍ତି (ବରିଷ୍ଠ ମହିଳା ୬୩ କେଜି), ସର୍ମିଷ୍ଠା ସେନାପତି (ବରିଷ୍ଠ ମହିଳା ୭୨ ଓ ମାଷ୍ଟର ମହିଳା ୭୨ କେଜି), ଜ୍ୟୋସ୍ନାରାଣୀ ରାଉତରାୟ (ମାଷ୍ଟର ମହିଳା ୫୭ ଓ କନିଷ୍ଠ ମହିଳା ୫୭ କେଜି), ଶର୍ମିଳା ସୁବୁଦ୍ଧି (ମାଷ୍ଟର ମହିଳା ୭୨ କେଜି), ସୌମ୍ୟରତ୍ନା ବି (ବରିଷ୍ଠ ମହିଳା ଏବଂ ଓପନ୍‌ ବେଞ୍ଚ୍‌ ପ୍ରେସ୍‌ ମହିଳା ୮୪+ କେଜି), ଗୀତାଞ୍ଜଳି ନାୟକ (ମା‌ଷ୍ଟର ମହିଳା ୮୪ କେଜି), ସମୀକ୍ଷା ସ୍ବାଇଁ (କନିଷ୍ଠ ମହିଳା ୬୩ କେଜି), ମୋନାଲିସା ପାତ୍ର (କନିଷ୍ଠ ମହିଳା ୭୨ କେଜି), ମମତା ମିଶ୍ର (ମାଷ୍ଟର୍‌ ମହିଳା ୬୩ କେଜି), ରୁପାଲି ନାୟକ (ଉପକନିଷ୍ଠ ମହିଳା ୫୭ କେଜି), ମୋନାଲି ସାହୁ (ବରିଷ୍ଠ ମହିଳା ଓ କନିଷ୍ଠ ମହିଳା ୮୪ କେଜି), ଅନିତା ବେହେରା (କନିଷ୍ଠ ମହିଳା ୮୪+ କେଜି), ଅଳକା ମିଶ୍ର (ମାଷ୍ଟର ମହିଳା ୮୪+ କେଜି), ବୈଦ୍ୟା ସାଲ୍‌ଭେ (କନିଷ୍ଠ ମହିଳା ୪୭ କେଜି)। ବାଦଲ ବେହେରା (ବରିଷ୍ଠ ପୁରୁଷ ୭୪ କେଜି), ବିଶ୍ବଜିତ ଜେନା (ବରିଷ୍ଠ ପୁରୁଷ ୮୩ କେଜି), ରାଜେନ୍ଦ୍ର ଡାକୁଆ (ଓପନ୍‌ ବେଞ୍ଚ୍‌ ପ୍ରେସ୍‌ ପୁରୁଷ ୫୩ କେଜି), ସନ୍ତୋଷ ଦାସ (ଓପନ ବେଞ୍ଚ୍‌ ପ୍ରେସ୍‌ ପୁରୁଷ ୬୬ କେଜି), ରମଣ ରତନ ରାଉତ (ଓପନ ପେଞ୍ଚ୍‌ ପ୍ରେସ୍‌ ପୁରୁଷ ୯୩ କେଜି), ସୂର୍ଯ୍ୟକାନ୍ତ ପ୍ରଧାନ (ଓପନ ବେଞ୍ଚ୍‌ ପ୍ରେସ୍‌ ପୁରୁଷ ୧୦୫ କେଜି), ସତ୍ୟଜିତ ପଟ୍ଟନାଏକ (ଓପନ ବେଞ୍ଚ୍‌ ପ୍ରେସ୍‌ ପୁରଷ ୧୨୦ କେଜି), ସନାତନ ମଲ୍ଲିକ (କନିଷ୍ଠ ପୁରୁଷ ୭୪ କେଜି), ମହିନ୍ଦ୍ର ରାଉତ (କନିଷ୍ଠ ପୁରୁଷ ୮୩ କେଜି), କୃଷ୍ଣଚନ୍ଦ୍ର ସାହୁ (ମାଷ୍ଟର-୧ ପୁରୁଷ ୮୩ କେଜି), ମାନସ ରଞ୍ଜନ ମିଶ୍ର (ମାଷ୍ଟର-୨ ପୁରୁଷ ୮୩ କେଜି), ହିମାଂଶୁ ଶେଖର ଦାସ (ମାଷ୍ଟର-୨ ପୁରୁଷ ୭୪ କେଜି), ଅଭିଷେକ ଆଚାର୍ଯ୍ୟ (ଓପନ ବେଞ୍ଚ୍‌ ପ୍ରେସ୍‌ ପୁରୁଷ ୮୩ କେଜି)।

ସମ୍ବନ୍ଧିତ ଖବର