ଦୁବାଇ: ୟୁଏଇରେ ଚାଲିଥିବା ଚଳିତ ଆଇପିଏଲ୍ ଚତୁର୍ଦଶ ସଂସ୍କରଣର ଶେଷ ଦୁଇଟି ଲିଗ୍ ମ୍ୟାଚ୍ ଏକ ସମୟରେ ଖେଳାଯିବ। ଅକ୍ଟୋବର ୮ ତାରିଖରେ ଏହି ଦୁଇଟି ମ୍ୟାଚ୍ ଖେଳାଯିବାକୁ ସୂଚୀ ଧାର୍ଯ୍ୟ ହୋଇଥିଲା। ସେଥିରୁ ସନ୍ରାଇଜର୍ସ ହାଇଦ୍ରାବାଦ-ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ ଆବୁଧାବିରେ ଅପରାହ୍ନ ୩.୩୦ରେ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ଦୁବାଇରେ ରାତି ୭.୩୦ରେ ହୋଇଥା’ନ୍ତା। ହେଲେ ଉଭୟ ମ୍ୟାଚ୍ ରାତି ୭.୩୦ରେ ଖେଳାଯିବ ବୋଲି ମଙ୍ଗଳବାର ଆଇପିଏଲ୍ ପରିଚାଳନା ପରିଷଦ ବୈଠକରେ ସ୍ଥିର ହୋଇଛି। ଏହାଦ୍ବାରା ଗୋଟିଏ ଫ୍ରାଞ୍ଚାଇଜ୍କୁ ତା’ର ଯୋଜନା ନେଇ ଚିନ୍ତା କରିବାକୁ ପଡ଼ିଥିଲା ବେଳେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) କିନ୍ତୁ ସୂଚୀ ପରିବର୍ତନ ସଂପର୍କରେ କୌଣସି ବିଦ୍ଧିବଦ୍ଧ କାରଣ ଦର୍ଶାଇନାହିଁ। କେବଳ ବିସିସିଆଇ ସଂପାଦକ ଜୟ ଶାହାଙ୍କ ଦସ୍ତଖତ ସମ୍ବଳିତ ଏକ ଇସ୍ତାହାରରୁ ଜଣାପଡ଼ିଛି, ଆଇପିଏଲ୍ରେ ପ୍ଲେଅଫ୍ ପୂର୍ବରୁ ପ୍ରଥମ ଥର ପାଇଁ ଶେଷ ଦୁଇ ଲିଗ୍ ମ୍ୟାଚ୍ ଗୋଟିଏ ସମୟରେ ଏକକାଳୀନ ଭାବେ ଖେଳାଯିବ।
ଆଇପିଏଲ୍ର ଶେଷ ଦୁଇ ଲିଗ୍ ମ୍ୟାଚ୍ ରାତିରେ ଖେଳାଯିବ
/sambad/media/post_attachments/wp-content/uploads/2021/04/ipl-BCCI.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)