କଟକ: ଏମ୍ଜିଏମ୍ ଓଡ଼ିଶା କ୍ରିକେଟ୍ ଲିଗ୍ (ଓସିଏଲ୍)ର ଗୁରୁବାର ପ୍ରଥମ ମ୍ୟାଚ୍ରେ ଓଡ଼ିଶା ଲାୟନ୍ସ ୬ ଵିକେଟ୍ରେ ଓଡ଼ିଶା ପ୍ୟୁମାସ୍କୁ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟି˚ ନେଇଥିବା ପ୍ୟୁମାସ୍ ବ୍ୟାଟ୍ସମ୍ୟାନମାନେ ଲାୟନ୍ସ ଆକ୍ରମଣର ସାମ୍ନା କରିପାରିନଥିଲେ। ଫଳରେ ଦଳ ୯ ଵିକେଟ ବିନିମୟରେ ମାତ୍ର ୮୬ ରନ୍ କରିପାରିଥିଲା। ସନ୍ଦୀପ ପଟ୍ଟନାୟକ (୧୭), ସୌଭାଗ୍ୟ ମହାନ୍ତି (୧୯), ପ୍ରତୀକ ଦାସ (୧୫) ହିଁ ଦୁଇ ଅଙ୍କ ସ୍କୋର କରିବାରେ ସମର୍ଥ ହୋଇଥିଲେ। ଲାୟନ୍ସ ପକ୍ଷରୁ ଦୀପକ ବେହେରା ୩, ନୌତମ ଭଞ୍ଜ ଓ ଶିବାଶିଷ ସାହୁ ୨-୨, ଆଲୋକ ମଙ୍ଗରାଜ ଗୋଟିଏ ଵିକେଟ ନେଇଥିଲେ। ସହଜସାଧ୍ୟ ଲକ୍ଷ୍ୟର ପିଛା କରିଥିବା ଲାୟନ୍ସ ଆରମ୍ଭରୁ ରକ୍ଷଣାତ୍ମକ ଖେଳିଥିଲା। ଫଳରେ ୧୭.୧ ଓଭରରେ ୪ ଵିକେଟ ହରାଇ ମ୍ୟାଚ୍ ଜିତିଯାଇଥିଲା। ସ୍ବସ୍ତିକ ସାମଲ ୨୮, ଅଜୟ ଗୌଡ଼ ୧୩, ରାକେଶ ପଟ୍ଟନାୟକ ୨୧, ସୁଜିତ ଲେଙ୍କା ୧୪* ରନ୍ କରି ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ। ବିଜୟୀ ଦଳର ଶିବାଶିଷ ସାହୁଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପ୍ରଭାତ ଭୋଳ ପୁରସ୍କାର ପ୍ରଦାନ କରିଥିଲେ।
ଗୁରୁବାରର ଦ୍ବିତୀୟ ମ୍ୟାଚ୍ରେ ଓଡ଼ିଶା ଟାଇଗର୍ସ ୧୦ ଵିକେଟ୍ରେ ଓଡ଼ିଶା ଜାଗୁଆର୍ସକୁ ହରାଇଛି। ଦିନର ଦ୍ବିତୀୟ ମ୍ୟାଚ୍ରେ ମଧ୍ୟ କମ୍ ସ୍କୋର ହୋଇଥିଲା। ଜାଗୁଆର୍ସ ଟସ୍ ଜିତି ବ୍ୟାଟି˚ କରିଥିଲାବେଳେ ୬ଵିକେଟ୍ ବିନିମୟରେ ମାତ୍ର ୭୬ରନ୍ ସ˚ଗ୍ରହ କରିଥିଲା। ତିନି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ବିଭୂ ମଲ୍ଲିକ, ସାମସୁଲ ଖାନ୍, ଜି.ସି. ଶେଖରଙ୍କ ସହ କ୍ଷମାସାଗର ବଳ ଖାତା ଖୋଲିପାରିନଥିଲାବେଳେ ଦିବ୍ୟର˚ଜନ ଦାସ କେବଳ ୧ ରନ୍ କରିପାରିଥିଲେ। ଅନ୍ୟପକ୍ଷରେ ତଳ ଭାଗରେ ଧୀମା ଖେଳି ଲଗ୍ନଜିତ ସାମଲ ୨୬*, ନିର୍ବିଶଙ୍କର ବାରିକ ୧୨, ସୁନୀଲ ସାହୁ ୩୦* ରନ୍ ସ˚ଗ୍ରହ କରିଥିଲେ। ଟାଇଗର୍ସର ବି.ଶିବା ୪ ଵିକେଟ୍ ନେଇଥିଲେ। ୭୭ରନ୍ର ଲକ୍ଷ୍ୟକୁ ପିଛା କରି ଟାଇଗର୍ସ ବିନା କୌଣସି କ୍ଷତିରେ ୧୨.୫ ଓଭରରେ ମ୍ୟାଚ୍ ଜିତି ନେଇଥିଲା। ରୂପକ ପ୍ରଧାନ ଅର୍ଧଶତକୀୟ ପାଳି ସହ ୫୯* ଓ ଦେବାଶିଷ ସାମନ୍ତରାୟ ୧୮* ରନ୍ର ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ।