୨୦୦୭ ଟି-୨୦ ବିଶ୍ବକପରେ ଭାରତକୁ ବିଜୟୀ କରିଥିଲେ ଏହି ଖେଳାଳି, ଏବେ କରୁଛନ୍ତି କ’ଣ ?

ନୂଆଦିଲ୍ଲୀ:  ଟି-୨୦ ବିଶ୍ୱକପର ଆଜି ହାଇଭୋଲ୍ଟେଜ ମ୍ୟାଚ । ଏହି ମ୍ୟାଚରେ ଆଜି ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ଏହି ମ୍ୟାଚ ପୂର୍ବରୁ ଆସନ୍ତୁ ମନେ ପକାଇବା ୨୦୦୭ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ମୁକାବିଲା କଥା । ଯେଉଁଥିରେ ପାକିସ୍ତାନକୁ ହରାଇ ବିଶ୍ୱବିଜୟୀ ହୋଇଥିଲା ଭାରତ। ତେବେ ଭାରତକୁ ବିଶ୍ୱ ବିଜୟୀ କରାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ଥିବା ବୋଲର ଯୋଗୀନ୍ଦର ଶର୍ମାଙ୍କ ଏବେ କ’ଣ କରୁଛନ୍ତି ଆସନ୍ତୁ ଜାଣିବା ।

୨୦୦୭ ବିଶ୍ୱକପରେ ଭାରତକୁ ବିଶ୍ୱକପ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲର ଯୋଗୀନ୍ଦର ଶର୍ମା । ଏହି ମ୍ୟାଚରେ ଯୋଗୀନ୍ଦର ଶେଷ ଓଭରରେ ଚମତ୍କାର ବୋଲିଂ କରି ଭାରତକୁ ବିଜୟ ଦେଇଥିଲେ । ଶେଷ ଓଭରରେ ପାକିସ୍ତାନ ଜିତିବା ଲାଗି ୧୩ ରନ ଆବଶ୍ୟକ କରୁଥିବା ବେଳେ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ ଯୋଗୀନ୍ଦରଙ୍କ ହାତରେ ବଲ ଧରାଇଥିଲେ । ସେତେବେଳକୁ ୯ ୱିକେଟ ହରାଇସାରିଥିଲା ପାକିସ୍ତାନ ।

ଯୋଗୀନ୍ଦର ବୋଲିଂ ଆରମ୍ଭ କରିଥିଲେ ସାମ୍ନାରେ ଥାନ୍ତି  ବ୍ୟାଟ୍ସମ୍ୟାନ ମିସବା-ଉଲ-ହକ୍ । ଯୋଗୀନ୍ଦର ପ୍ରଥମ ବଲରେ ବିଟ କରିଲେ ତାଙ୍କୁ । ହେଲେ ୨ ନମ୍ବର ବଲରେ ଯୋଗୀନ୍ଦରଙ୍କୁ ଏକ ଛକା ମାରିଥିଲେ ମିସବା । ଆଉ ୪ଟି ବଲରେ ୬ ରନ ଦରକାର ପଡୁଥିବା ବେଳେ ମିସବା ଫାଇନ୍-ଲେଗ ଉପରେ ଆଉ ଏକ ବଡ ସଟ ଖେଳିଥିଲେ, ମାତ୍ର ବଲ୍ ସିଧା ଶ୍ରୀସାନ୍ଥଙ୍କ ହାତକୁ ଚାଲିଯାଇଥିଲା ଓ  ଭାରତ ବିଜୟୀ ହୋଇଥିଲା ।

ଭାରତକୁ ବିଶ୍ୱ ବିଜୟୀ କରାଇଥିବା ଏହି ଚମତ୍କାର ବୋଲର ଯୋଗୀନ୍ଦର ଏବେ ହରିୟାଣା ପୋଲିସରେ କାର୍ଯ୍ୟରତ ଅଛନ୍ତି । ସେ ଏବେ ଡିଏସପି ରହିଛନ୍ତି । ଦେଶ ପାଇଁ ଏତେ ବଡ ସଫଳତା ଆଣିବା ପରେ ଏବେ ନିଜକୁ ମଧ୍ୟ ଦେଶ ସେବାରେ ନିୟୋଜିତ କରିଛନ୍ତି ଏହି କ୍ରିକେଟର ।

ସମ୍ବନ୍ଧିତ ଖବର