ନୂଆଦିଲ୍ଲୀ: ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ମଦ ପିଇଥିବାରୁ ଗତକାଲି ତାଙ୍କୁ ଜର୍ମାନୀର ଫ୍ରାଙ୍କଫର୍ଟ ବିମାନବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ‘ବିଦେଶ ମାଟିରୁ ଏଭଳି ଗୁରୁତର ଅଭିଯୋଗ ଆସିଛି। ଆମକୁ ସତ କ’ଣ ଜାଣିବାକୁ ପଡ଼ିବ ଏବଂ ଏଦିଗରେ ତଦନ୍ତ କରାଯିବ’ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ଲୁଫଥାନସାକୁ ଏ ବାବଦରେ ତଥ୍ୟ ମଗାଯାଇଛି ଏବଂ ଉକ୍ତ ସଂସ୍ଥା ତଥ୍ୟ ଦେବା ଉପରେ ହିଁ ସବୁ କିଛି ନିର୍ଭର କରୁଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତକାଲି ଶିରୋମଣି ଅକାଳି ଦଳ (ସ୍ୟାଡ୍) ଏବଂ ପଂଜାବ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ମାନ୍ ଅତ୍ୟଧିକ ମଦ୍ୟପାନ କରିଥିବାରୁ ତାଙ୍କୁ ବିମାନରୁ ଓହ୍ଲାଇଯିବାକୁ ବାଧ୍ୟ କରାଯାଇଥିଲା। ମାନ୍ଙ୍କ ପାଇଁ ବିମାନ ୪ ଘଣ୍ଟା ବିଳମ୍ବ ହେଲା ବୋଲି କୁହାଯାଇଥିଲା। କିନ୍ତୁ ଆପ୍ ପକ୍ଷରୁ ଏଭଳି ଦାବିକୁ ଖଣ୍ଡନ କରାଯାଇଥିଲା ।
ମାନ୍ଙ୍କ ମାମଲାରେ ତଦନ୍ତ କରିବ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ
ଲୁଫ୍ଥାନସାକୁ ତଥ୍ୟ ମଗାଯାଇଛି: ସିନ୍ଧିଆ
/sambad/media/post_attachments/wp-content/uploads/2022/04/maan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)