ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା କ୍ରିକେଟ୍କୁ ଅଧିକ ସଂଗଠିତ, ଲୋକପ୍ରିୟ ଓ ସୁପରିଚାଳନା ଲାଗି ବହୁ ପ୍ରତୀକ୍ଷିତ ଭୁବନେଶ୍ବର କ୍ରିକେଟ୍ ସଂଘ (ବିସିଏ) ଗଠିତ ହୋଇଛି। ଗତ ମାର୍ଚ୍ଚ ୩୧ ତାରିଖରେ ଏହା ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟ ୧୮୬୦ ଅନୁସାରେ (ନଂ ୨୭୮୯-୫୧/୨୦୨୧-୨୨) ପଞ୍ଜିକୃତ ମଧ୍ୟ ହୋଇସାରିଛି। ଭୁବନେଶ୍ବରର ପୂର୍ବତନ ମେୟର ତଥା ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ଅଧିନାୟକ ମିହିର କୁମାର ମହାନ୍ତି ବିସିଏର ସଭାପତି ନିର୍ବାଚିତ ହୋଇଥିବା ବେଳେ ପୂର୍ବ କ୍ରିକେଟର୍ ଦୀପକ କୁମାର ସିଂହ ଉପସଭାପତି, ବିଜୟ କୁମାର ରାୟ ସମ୍ପାଦକ, ବିଶ୍ବରଂଜନ ନାୟକ ଯୁଗ୍ମ ସମ୍ପାଦକ, ସୁଧୀ ରଂଜନ ପତି କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟକାରୀ ସମିତିରେ ସଂଜୟ ଚୌଧୁରୀ, ପ୍ରବୀର ମହାପାତ୍ର, ମନୋଜ ମହାପାତ୍ର, ରାଧାମାଧବ ହରିଚନ୍ଦନ, ପୀଜୁସ ମିତ୍ର, ପ୍ରଶାନ୍ତ ନାୟକ ସଦସ୍ୟ ରହିଛନ୍ତି। ଲୋଧା କମିସନ୍ଙ୍କ ସୁପାରିସ କ୍ରମରେ କୌଣସି କର୍ମକର୍ତା ୭୦ ବର୍ଷରୁ ଊର୍ଧ୍ବ ବୟସର ରହିବେ ନାହିଁ, ୩ ବର୍ଷରୁ ଊର୍ଧ୍ବ କାର୍ଯ୍ୟକାଳ ସମ୍ଭାଳିବେ ନାହିଁ ଏବଂ ଲଗାତାର ଭାବେ ନିର୍ବାଚିତ ହେବେ ନାହିଁ ବୋଲି ସମ୍ବିଧାନରେ ରଖାଯାଇଛି। ସମ୍ବିଧାନରେ ମଧ୍ୟ ଭୁବନେଶ୍ବରର ସମସ୍ତ ପଞ୍ଜିକୃତ କ୍ରିକେଟ୍ କ୍ଲବ୍ରୁ ସଦସ୍ୟ ନେବାକୁ ନିୟମ ରହିଛି। ଏଥି ସହିତ ବିସିଏକୁ ଅନୁବଂଧନ ଓ ସ୍ବୀକୃତି ପ୍ରଦାନ ଲାଗି ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ନିକଟରେ ଆବେଦନ କରାଯାଇଛି। ରାଜଧାନୀର ୩ ବିଧାୟକ ଏବଂ ମେୟରଙ୍କୁ ଏହାର ଉପଦେଷ୍ଠା ଭାବେ ମଧ୍ୟ ଗ୍ରହଣ କରାଯାଇଛି।
ବହୁ ପ୍ରତୀକ୍ଷିତ ଭୁବନେଶ୍ବର କ୍ରିକେଟ୍ ସଂଘ ଗଠିତ
/sambad/media/post_attachments/wp-content/uploads/2022/01/cricket.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)