ମୁମ୍ବାଇ: ଆଇପିଏଲ୍ର ପାଞ୍ଚଟି ଋତୁରେ ଅନୁପସ୍ଥିତ ରହିବା ପରେ ପଞ୍ଜାବ କିଙ୍ଗ୍ସ ଅଲରାଉଣ୍ଡର୍ ରିଷି ଧାୱନ ସୋମବାର ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ନିଜ ପ୍ରଥମ ମ୍ୟାଚ୍ ଖେଳିଥିଲେ। ଆଉ ମ୍ୟାଚ୍ର ନିର୍ଣ୍ଣାୟକ ମୋଡ଼ରେ ଚେନ୍ନାଇର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଆଉଟ୍ କରି ପଞ୍ଜାବ ବିଜୟକୁ ପକ୍କା କରି ନେଇଥିଲେ। ନିଜ ୪ ଓଭର ସ୍ପେଲ୍ରେ ୩୯ ରନ୍ ଦେଇ ୨ ୱିକେଟ୍ କରାୟତ୍ତ କରିଥିଲେ ରିଷି। ୩୨ ବର୍ଷୀୟ ରିଷି ଘରୋଇ କ୍ରିକେଟ୍ରେ ଚମତ୍କାର ପ୍ରଦର୍ଶନ କରିବା ପରେ ପଞ୍ଜାବ କିଙ୍ଗ୍ସ ତାଙ୍କୁ ଚଳିତ ବର୍ଷର ନିଲାମରେ ୫୫ ଲକ୍ଷ ଟଙ୍କାରେ କିଣିଥିଲା। ଆଉ ନିଜ ପ୍ରଥମ ମୁକାବିଲାରେ ହିଁ ଦଳର ଏହି ନିଷ୍ପତ୍ତିର ସମ୍ମାନ ରଖିଛନ୍ତି ରିଷି। ତେବେ ସୋମବାର ମ୍ୟାଚ୍ ଅବସରରେ ରିଷିଙ୍କ ପ୍ରଦର୍ଶନ ଅପେକ୍ଷା ସେ ମୁଖା ପିନ୍ଧି ବୋଲି କରିବା ଅଧିକ ଚର୍ଚ୍ଚାରେ ରହିଥିଲା। ରିଷି କାହିଁକି ଏବଂ କ’ଣ ପାଇଁ ଏହି ମୁଖା ପିନ୍ଧିଥିଲେ, ସେକଥା କ୍ରିକେଟ୍ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରିଥିଲା। ମଙ୍ଗଳବାର ଏହାର ରହସ୍ୟ ଉପରୁ ପରଦା ଉଠିଛି। ସତ କଥା ହେଲେ ଘରୋଇ କ୍ରିକେଟ୍ ଖେଳୁଥିଲା ବେଳେ ରିଷିଙ୍କ ନାକରେ ଗୁରୁତର ଆଘାତ ଲାଗିଥିଲା। ଏଣୁ ଏହି ଘଟଣାର ଯେମିତି ପୁନରାବୃତ୍ତି ନ ହୁଏ ସେଥିଲାଗି ରିଷି ଅତିରିକ୍ତ ସୁରକ୍ଷା କବଚ ପିନ୍ଧି ବୋଲିଂ ଓ କ୍ଷେତ୍ରରକ୍ଷଣ କରୁଥିଲେ।
ରିଷିଙ୍କ ରକ୍ଷା କବଚର ରହସ୍ୟ ଉନ୍ମୋଚିତ
/sambad/media/post_attachments/wp-content/uploads/2022/04/65f4h65sfh321fh23fhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)