ଏସିଆ କପ୍‌ର ନାମ ବଦଳିଲା

ଦୁବାଇ: ଉଦ୍‌ଘାଟନ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ଚଳିତ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ନାମ ବଦଳି ଯାଇଥିଲା। ଏସୀୟ କ୍ରିକେଟ୍ ପରିଷଦ (ଏସିସି)ର ଅନୁମୋଦନକ୍ରମେ ଏହି ୬ ଦଳୀୟ ପ୍ରତିଯୋଗିତାର ନାଁ ‘ଡିପି ୱାର୍ଲ୍ଡ ଏସିଆ କପ୍-୨୦୨୨’ ରଖାଯାଇଥିଲା। ଡିପି ୱାର୍ଲ୍ଡ ଚଳିତ ଏସିଆ କପ୍‌ର ମୁଖ୍ୟ ପ୍ରାୟୋଜକ ହୋଇଥିବା ଏସିସି ଘୋଷଣା କରିଥିଲା। ଚଳିତ ଏସିଆ କପ୍ ଶନିବାର ଆରମ୍ଭ ହୋଇଥିଲା ବେଳେ ୧୧ ସେପ୍ଟେମ୍ବରରେ ‌‌ଶେଷ ହେବ। ଏହି ପ୍ରତିଯୋଗିତାରେ ମୋଟ ୧୩ ମ୍ୟାଚ୍ ଖେଳାଯିବ।

ସମ୍ବନ୍ଧିତ ଖବର