ଜାତୀୟ କନିଷ୍ଠ ଦୌଡ଼କୁଦ: ପ୍ରଥମ ଦିନରେ ଚମକିଲେ ସବିତା, ମନୀଷା

ଭୁବନେଶ୍ବର: ଗୁଆହାଟୀର ସର୍ସୁଜାଇ ଷ୍ଟାଡିୟମ୍‌ରେ ଚାଲିଥିବା ୩୬ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଶା ଦୁଇଟି ପଦକ ଜିତିଛି। ୧୬ ବର୍ଷରୁ କମ୍ ବାଳିକା ଲମ୍ବ ଡିଆଁରେ ସବିତା ଟପ୍ପୋ (୫.୫୯ ମିଟର) ରାଜ୍ୟ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିଭଳି ୨୦ ବର୍ଷରୁ କମ୍ ଲମ୍ବଡିଆଁରେ ମନୀଷା ମେରେଲ (୫.୬୩ ମିଟର) ୨୦ ବର୍ଷରୁ କମ୍ ବର୍ଗରେ ଆଉ ଏକ ପଦକ ଜିତିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଳକ ୨୦ ବର୍ଷରୁ କମ୍ ୧୫୦୦ ମିଟରରେ ଦିଲୀପ ନାୟକ ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ଏହି ପ୍ରତିଯୋଗିତାର ଫାଇନାଲ୍ ରବିବାର ସଂଧ୍ୟାରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ୧୬ ବର୍ଷରୁ କମ୍ ବାଳିକା ସଟପୁଟ୍‌ରେ ଅଂଶିକା ରାଉତରାୟ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି। ସୂଚନାଯୋଗ୍ୟ ଯେ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୧୨ ଜଣିଆ ଓଡ଼ିଶା ଦଳ ଅଂଶଗ୍ରହଣ କରୁଛି।

ସମ୍ବନ୍ଧିତ ଖବର