ଜାତୀୟ ଉପକନିଷ୍ଠ ଅସିଚାଳନା ଉଦ୍‌ଘାଟିତ

କଟକ: ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ୨୨ତମ ଜାତୀୟ ଉପକନିଷ୍ଠ ଅସିଚାଳନା ପ୍ରତିଯୋଗିତା ବୁଧବାର ଉଦ୍‌ଘାଟିତ ହୋଇଛି। କଟକ କମିସନରେଟ ଡିସିପି ପ୍ରତୀକ ସି˚ହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଦୌଡ଼କୁଦ ସ˚ଘର ସମ୍ପାଦକ ଆଶୀର୍ବାଦ ବେହେରା, ଭାରତୀୟ ଅସିଚାଳନା ମହାସ˚ଘ ସମ୍ପାଦକ ବସିର ଅହମ୍ମଦ, ଓଡ଼ିଶା ରାଜ୍ୟ ଅସିଚାଳନା ସ˚ଘ ସମ୍ପାଦକ ଦେବେନ୍ଦ୍ର ସାହୁ, ଉପସଭାପତି ହରି ପଟ୍ଟନାୟକ, ୟୁନିଅନ କ୍ଲବ୍‌ ସମ୍ପାଦକ ରଶ୍ମିର˚ଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। କଟକ ଅସିଚାଳନା ସ˚ଘ ସଭାପତି ରମେଶ ମଲ୍ଲିକ କାର୍ଯ୍ୟକ୍ରମ ସ˚ଯୋଜନା କରିଥିଲେ। ପ୍ରତିଯୋଗିତାରେ ୨୨ ରାଜ୍ୟରୁ ପାଖାପାଖି ୪୫୦ ପ୍ରତିଯୋଗୀ ଅ˚ଶ ଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ବାଳିକା ସବର ରାଉଣ୍ତରେ ତେଲେଙ୍ଗାନାର ଜି ଶ୍ରୀଜା ୧୫-୧୦ରେ ଦିଲ୍ଲୀର ପ୍ରକୃତି ଶର୍ମାଙ୍କୁ ହରାଇ ବିଜେତା ହୋଇଛନ୍ତି।

ସମ୍ବନ୍ଧିତ ଖବର