ପୁଣି ବାତିଲ ହେଲା ଜାତୀୟ ଟେବୁଲ ଟେନିସ ଶିବିର

ନୂଆଦିଲ୍ଲୀ: ଜାତୀୟ ଟେବୁଲ ଟେନିସ ଶିବିର ପୁଣି ଥରେ ବାତିଲ ହୋଇଛି। ଏଥର କିଛି ଖେଳାଳି ଶିବିରକୁ ଆସିବା ପାଇଁ ପ୍ରସ୍ତୁତ ଥିଲେ ବି ଅଧିକାଂଶ ଏଥିପାଇଁ ଅନିଚ୍ଛା ପ୍ରକାଶ କରିଥିଲେ। କେବଳ ଏତିକି ନୁହେଁ, ବେଙ୍ଗାଲୁରୁସ୍ଥିତ ସାଇ ପ୍ରଶିକ୍ଷଣ କେନ୍ଦ୍ରରେ ଟେବୁଲ ଟେନିସ ଅଭ୍ୟାସ ସ୍ଥାନ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନଥିବାରୁ ଆଗ୍ରହୀ ଶିବିରାର୍ଥୀଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା। ‌ତେଣୁ ଖେଳାଳିମାନଙ୍କର ଭିନ୍ନ ମତ ଯୋଗୁଁ ଏହାକୁ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଭାରତୀୟ ଟେବୁଲ ଟେନିସ୍ ମହାସଂଘ (ଟିଟିଏଫ୍‌ଆଇ) ପକ୍ଷରୁ ଖେଳାଳିମାନଙ୍କୁ ଗୋଟିଏ ଛାତ ତଳେ ଏକାଠି ଅଭ୍ୟାସ କରାଇବାକୁ ଅ‌ଗଷ୍ଟ ମାସରୁ ଉଦ୍ୟମ ଆରମ୍ଭ ହୋଇଛି। ନିକଟରେ ଅକ୍ଟୋବର ୧୫ରୁ ତିନି ସପ୍ତାହ ଧରି ଶିବିର ଆରମ୍ଭ ପାଇଁ ଟିଟିଏଫ୍‌ଆଇ ଯୋଜନା କରିଥିଲା। ହେଲେ କିଛି ଖେଳାଳି ବିଦେଶରେ ଅଭ୍ୟାସ କରିବାକୁ ଚାହୁଁଥିଲା ବେଳେ ଆଉ ଯେଉଁମାନେ ଏଠାରେ ଅଭ୍ୟାସ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଶିବିର ସ୍ଥାନ ପ୍ରସ୍ତୁତ ହେଇପାରୁନି। ଅନ୍ୟପଟେ ମହାସଂଘର ସ୍ବୀକୃତି ପ୍ରତ୍ୟାହାର କରିନିଆଯିବା ପରଠୁ ଖେଳାଳିଙ୍କୁ ଏକାଠି କରାଯିବାରେ ସମସ୍ୟା ହେଉଥିବା ଟିଟିଏଫ୍‌ଆଇର ସମ୍ପାଦକ ଏମ୍‌ପି ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର