ଭୁବନେଶ୍ବର: ଏମ୍ସରେ ୩୭୫ ବିଦ୍ୟାର୍ଥୀଙ୍କୁ ନେଇ ଜାତୀୟ ସେବା ଯୋଜାନା (ଏନ୍ଏସ୍ଏସ୍)ର ଶାଖା ଖୋଲିଛି। ଏଥିରେ ଏମ୍ବିବିଏସ୍, ବିଏସ୍ସି ନର୍ସିଂ, ଏମ୍ଏସ୍ସି ନର୍ସିଂ, ପାରାମେଡିକାଲ ବିଭିଗର ବିଦ୍ୟାର୍ଥୀମାନେ ସ୍ବେଚ୍ଛାସେବୀ ଭାବରେ ରହିଛନ୍ତି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏମ୍ସର ନିର୍ଦେଶକ ଡାକ୍ତର ଗୀତାଞ୍ଜଳି ବି, ଡିନ୍ ପ୍ରଫେସର ଦେବାଶିଷ ହୋତା, ଅଧୀକ୍ଷକ ଡାକ୍ତର ଏସ୍ଏନ୍ ମହାନ୍ତି, ଡିଡିଏ ପିକେ ରାୟ, ଏନ୍ଏସ୍ଏସ୍ର ଆଞ୍ଚଳିକ ନିର୍ଦେଶକ ସରିତା ପଟେଲ, ଉଚ୍ଚଶିକ୍ଷା ବିଭାଗର ଉପସଚିବ ରମେଶ ବେହେରା, ଓୟୁଏଟି ଏନ୍ଏସ୍ଏସ୍ର ସହଯୋଗୀ ସଂଯୋଜକ ଏନ୍ବି ଖୁଣ୍ଟିଆ ଉପସ୍ଥିତ ରହି ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ଏମ୍ସ ଏନ୍ଏସ୍ଏସ୍ରେ ସହଯୋଗୀ ପ୍ରଫେସର ପ୍ରିୟମାଧବ ବେହେରା, ଡ.ପ୍ରଭାସ ରଂଜନ ତ୍ରିପାଠୀ, ପ୍ରଜ୍ଞା ପାରମିତା ଗିରି, ଡ.ଶ୍ରୀତମ ସ୍ବରୂପ ଜେନା, ହେପସି ବାଇ ଜୋସେଫ, ଶାମ ଜୋସ୍ ପ୍ରମୁଖ ଉପସ୍ଥିତ ଥିଲେ। ୨୦ ଜଣ ସ୍ବେଚ୍ଛାସେବୀ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ କୋଭିଡ୍ ନେଇ ସଚେତନତା ସୃଷ୍ଟି କରିଥିଲେ। ସ୍ବାସ୍ଥ୍ୟ ପରୀକ୍ଷାବେଳେ କିଛି ପିଲାଙ୍କ ମଧ୍ୟରେ ଶ୍ବାସକ୍ରିୟା ସମସ୍ୟା ଚିହ୍ନଟ ହେବାରୁ ଏମ୍ସରେ ଭର୍ତ୍ତି କରାଯାଇଛି। ଏହା ବ୍ୟତୀତ ଏବି ପଜିଟିଭ ଗ୍ରୁପକୁ ନେଇ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।
ଏମ୍ସରେ ଖୋଲିଲା ଏନ୍ଏସ୍ଏସ୍ ୩୭୫ ବିଦ୍ୟାର୍ଥୀ ସାମିଲ
/sambad/media/post_attachments/wp-content/uploads/2021/09/65f4h65s4fh654fh65fhsfhfhfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)