ଭୁବନେଶ୍ବର: ହିରୋ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ୨୦୨୧-୨୨ ଲାଗି ଓଡ଼ିଶା ଏଫ୍ସି ବୁଧବାର ୨୭ ଜଣିଆ ଦଳ ଘୋଷଣା କରିଛି। ଏହି ଭୁବନେଶ୍ବର ଭିତ୍ତିକ ଦଳ ଆଗାମୀ ଋତୁ ଲାଗି ବିନିତ ରାଏ, ଭିକ୍ଟର ମଙ୍ଗିଲ ଓ ହେକ୍ଟର ରୋଡସଙ୍କ ନାମରେ ତିନି ଜଣ ଅଧିନାୟକଙ୍କ ନାମ ପୂର୍ବରୁ ଘୋଷଣା କରିସାରିଛି। ସେହିଭଳି କ୍ଲବ୍ର ଯୁବ ଦଳରୁ ୩ଜଣ ଖେଳାଳି ଡେଭନ ସହନୀ, ଅକ୍ଷୁନ ତ୍ୟାଗି ଓ ସିଭିଏଲ୍ ରେକତୁଲୁଙ୍ଗା ବରିଷ୍ଠ ଦଳକୁ ପଦୋନ୍ନତି ପାଇଥିବା ପୂର୍ବରୁ ଘୋଷଣା କରିସାରିଛି ଓଡ଼ିଶା ଏଫ୍ସି। ୨୦୨୧-୨୨ ଋତୁ ଲାଗି ଘୋଷିତ ଓଡ଼ିଶା ଏଫ୍ସି ଦଳରେ ୬ ଜଣ ବିଦେଶୀ ଏବଂ ୭ ଜଣ ଉଦୀୟମାନ ଖେଳାଳି ଅଛନ୍ତି। ଏହି ଭୁବନେଶ୍ବର ଭିତ୍ତିକ ଦଳ ଚଳିତ ମାସ ୨୪ ତାରିଖରେ ଭାସ୍କୋର ତିଲକ ମଇଦାନରେ ବେଙ୍ଗାଲୁରୁ ଏଫ୍ସି ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ।
ଦଳ: ଗୋଲ୍ରକ୍ଷକ-କମଲଜୀତ ସିଂହ, ଅର୍ଶଦୀପ ସିଂହ, ରବି କୁମାର। ରକ୍ଷଣଭାଗ ଖେଳାଳି: ଗୌରବ ବୋରା, ଲାଲରୁଥରା, ସାହିଲ ପନୱର, ହେଣ୍ଡ୍ରି ଆଣ୍ଟୋନି, ଲାଲଡ୍ରେଜୁଲା ସାଇଲୁଙ୍ଗ, ସେବାସ୍ତିଆନ୍ ଥଙ୍ଗ୍ମୁନସଙ୍ଗ, ଦେବେନ ସହନୀ, ଭିଷ୍ଟର ମଙ୍ଗିଲ, ହେକ୍ଟର ରୋଡସ୍। ମଧ୍ୟଭାଗ: ଥୋଇବା ସିଂହ ମୋଇରଙ୍ଗଥମ୍, ବିନିତ ରାଏ, ପଲ୍ ରାମଫଙ୍ଗଜାଭୁଆ, ଇସାକ ଭନମଲସୱମା, ଇସାକ ଭନଲାରୁଥଫେଲା, ଲିରିଡନ୍ କ୍ରାସନିକ, ଜାଭି ହଣ୍ଣାଣ୍ଡେଜ୍, ଜେରି ମାୱିମିଙ୍ଗଥଙ୍ଗା, ନନ୍ଦକୁମାର ସେକର, ସିଭିଏଲ୍ ରେମତଲୁଆଙ୍ଗା, ନିକି ରାଜ। ଅଗ୍ରଭାଗ: ଅକ୍ଷୁନ ତ୍ୟାଗୀ, ଡାନିଏଲ୍ ଲାଲଲିମ୍ପୁଆ, ଅରିଦାଇ କାବ୍ରେରା, ଜୋନାଥସ୍ କ୍ରିଷ୍ଟିଆନ ଡି ଜେସସ୍।