କଟକ: ଆସନ୍ତା ୨୮ ତାରିଖରୁ ପଞ୍ଜାବରେ ଆରମ୍ଭ ହେଉଥିବା ବିନୁ ମଙ୍ଗଡ଼ ଟ୍ରଫି ଓ ଜୟପୁରରେ ଖେଳାଯିବାକୁଥିବା ୧୯ ବର୍ଷରୁ କମ୍ ମହିଳା ଦିନିକିଆ କ୍ରିକେଟ୍ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ସେଠାକୁ ଯାତ୍ରା କରିଛି। ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଓଡ଼ିଶା ଖେଳାଳିମାନେ ୨୧ରୁ ୨୫ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବା ପରେ ୨୬ ଓ ୨୭ରେ ଅଭ୍ୟାସ ମ୍ୟାଚ୍ ଖେଳିବେ। ବିନୁ ମଙ୍କଡ଼ ଟ୍ରଫିରେ ୨୮ରେ ଉତ୍ତରପ୍ରଦେଶ, ୨୯ରେ ବିହାର, ଅକ୍ଟୋବାର ୧ରେ ଦିଲ୍ଲୀ, ୨ରେ ଛତିଶଗଡ଼, ୪ରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ଓଡ଼ିଶା ମ୍ୟାଚ୍ ଖେଳିବ। ସେହିପରି ୧୯ ବର୍ଷରୁ କମ୍ ମହିଳା ଦିନିକିଆରେ ୨୮ରେ କର୍ଣ୍ଣାଟକ, ୨୯ ରେ ହିମାଚଳ ପ୍ରଦେଶ, ଅକ୍ଟୋବର ୧ରେ ମିଜୋରାମ, ୨ରେ ତ୍ରିପୁରା, ୪ରେ ପଞ୍ଜାବ ବିପକ୍ଷରେ ଓଡ଼ିଶା ଖେଳିବ।
ବିନୁ ମଙ୍ଗଡ଼ ଦଳ: ସୂର୍ଯ୍ୟ ମହାପାତ୍ର, ଆଶୀର୍ବାଦ ସ୍ବାଇଁ, ଅ˚ଶୁମାନ ସାହୁ, ଦୀନେଶ କୁମାର ମାଝୀ, ମହମ୍ମଦ ସୋହେଲ ଖାନ୍, ସମ୍ବିତ ସୌରଭ ବରାଳ, ସାଇଦୀପ ମହାପାତ୍ର, ଶ୍ରେଷ୍ଠ ସି˚ହ, ଅ˚ଶୁମାନ ବେଜ୍, ରାକେଶ କୁମାର ସାହୁ, ସାଇ ଶୁଭମ୍, ଆଦିତ୍ୟ କୁମାର ଜୟସି˚ହ, ରିତେଶ ପ୍ରିୟର˚ଜନ, ସୁଶୀଲ କୁମାର ବାରିକ, ସାରା˚ଶ କୁମାର, ନିର˚ଜନ ଗୌଡ଼, ଓମ୍ ତୁକାରାମ ମୁଣ୍ତେ, ରାଜେଶ ପାତ୍ର, ଶୁଭମ୍ କୁମାର ସି˚ହ, ରିତିକ ଚୌଧୁରୀ, ବିମଲ କୁମାର, ସାହିଲ ପ୍ରସାଦ। ୧୯ ବର୍ଷରୁ କମ୍ ମହିଳା ଦଳ: ଶୁଭ୍ର ନିର୍ଝରିଣୀ ସ୍ବାଇଁ, ତନ୍ମୟୀ ବେହେରା, ଜି.ଏମ୍. ଅଳକାନନ୍ଦ, ଜୟସ୍ ନାୟକ, ଦୀପ୍ତି ଭେଙ୍ଗରା, ରୋଶନୀ ବଗର୍ତ୍ତୀ, ଭବାନୀ ଧଡ଼ା, ପୂଜାରାଣୀ ଦାସ, ଜ୍ୟୋତି କୁମାରୀ ପ୍ରସାଦ, ଅଲିପ୍ସା ବିଶ୍ବାଳ, ଅଙ୍କିତା ଗିରି, ଏସ୍.ବି. ଲରେନ୍ସ, ରାଣୀ କୁମାରୀ ପ୍ରସାଦ, ସୂର୍ଯ୍ୟସ୍ନାତ ସ୍ବାଇଁ, ପୂଜା କୁମାରୀ ଯାଦବ, ସ୍ମୃତିରେଖା ମହନ୍ତ, ସୁଚିସ୍ମିତା ପଣ୍ତା, ସୋନି ପ୍ରସାଦ, ମାଳତୀ ମୁର୍ମୁ, ମେଘନା ପାଢୀ, କଳା˚ସି ଧ୍ରିତ୍ୟ, ତନଵି ର˚ଜନା।