ପୂର୍ବାଞ୍ଚଳ ରୋଲ୍ ବଲ୍ ପାଇଁ ଓଡ଼ିଶା ଦଳ

ଭୁବନେଶ୍ବର: ଶନିବାର ଖୋର୍ଦ୍ଧାର କୋ‌ହେନ୍‌ ଅନ୍ତର୍ଜାତୀୟ ସ୍କୁଲ୍ ପରିସରରେ ଖେଳାଯିବାକୁ ଥିବା ପ୍ରଥମ ପୂର୍ବାଞ୍ଚଳ ରୋଲ୍ ବଲ୍ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଘୋଷିତ ହୋଇଛି। ଓଡ଼ିଶାର ଉଭୟ ବାଳକ ଓ ବାଳିକା ଦଳକୁ ଶୁକ୍ରବାର ଓଡ଼ିଶା ରୋଲ୍ ବଲ୍ ସଂଘ ସଭାପତି ଧର୍ମାଦିତ୍ୟ ପଟ୍ଟନାୟକ, ସମ୍ପାଦକ ପାର୍ଥ ସାରଥି ଜେନା, ପ୍ରତିଷ୍ଠାତା ସଦସ୍ୟା ସୌଦାମିନୀ ପାତ୍ର, କାର୍ଯ୍ୟନିର୍ବାହୀ ସଦସ୍ୟ ବ୍ରଜବନ୍ଧୁ ଦାସ ପ୍ରମୁଖ ସମ୍ବର୍ଦ୍ଧିତ କରିବା ସହ ଶୁଭକାମନା ଜଣାଇଥିଲେ।

ଓଡ଼ିଶା ବାଳିକା ଦଳ: ଅଶ୍ଲେଷା ପଣ୍ଡା, ବାଗ୍ମୀ ପ୍ରଧାନ, ଭାବ୍ୟା ଈଶାନା ରାଉତ, ଅନୁଷ୍କା ମହାପାତ୍ରୋ, ଗୀତିକା ଗୀତିମୟା, ଅନୁଷ୍କା ପେକଲ, କମଲ କ୍ରିଷ୍ଣା, ଇଞ୍ଜିନା ଦିବ୍ୟାଞ୍ଜଳି, ସାଇ ଶୃତି ସେନାପତି, ଅନୁଷ୍କା ପ୍ରିୟଦର୍ଶିନୀ, ବାଂଶିକା ଗୁରୁ, ଏମି ଟୋପ୍ପୋ।

ଓଡ଼ିଶା ବାଳକ ଦଳ: ପ୍ରତୀକ ଅର୍ଣ୍ଣବ ଜେନା, ଶ୍ରୀୟାଂଶ ଶ୍ରେୟାଂଶ, କିରଟ କୁମାର ନାୟକ, ଅଂଶୁମାନ ପାତ୍ର, ଯଜ୍ଞେଶ ସଚିଦାନନ୍ଦନ, ଅର୍ମାନ ସୁବୁଦ୍ଧି, ବୀରେନ ଦାସ, ସୂର୍ଯ୍ୟ ପ୍ରତ୍ୟୁଷ ନାୟକ, କମଲେଶ ସାହୁ, ସାଇ ଶ୍ରେୟାଂଶୁ ରାଉତ, ନିର୍ମଳ ତ୍ରିପାଠୀ।

ସମ୍ବନ୍ଧିତ ଖବର