ଓଡ଼ିଶା ହ୍ବିଲ୍‌ଚେୟାର ଅସିଚାଳନା ଦଳ ସମ୍ବର୍ଦ୍ଧିତ

ଭୁବନେଶ୍ବର : ହରିୟାଣାର କର୍ଣ୍ଣଲଠାରେ ଶେଷ ହେଇଥିବା ୧୩ତମ ଜାତୀୟ ହ୍ବିଲଚେୟାର ଅସିଚାଳନା ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ୯ ସ୍ୱର୍ଣ୍ଣ, ୮ ରୋପ୍ୟ, ୭ କାଂସ୍ୟ ସହ ମୋଟ ୨୪ ପଦକ ହାସଲ କରି ଇତିହାସ ରଚିଥିଲେ। ଏହି ଦଳକୁ ବୁଧବ‌ାର ପାରା ସ୍ପୋର୍ଟ୍ସ ଆସୋସିଏସନ୍‌ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସମ୍ବର୍ଦ୍ଧନା ଉତ୍ସବରେ ସଂଘର ସଭାପତି କମଳାକାନ୍ତ ରଥ, ଉପସଭାପତି ଚିତ୍ତରଞ୍ଜନ ବୈରିସାଲ, ସଫିକ୍‌ ଇ ଅଫ୍‌ତାବ, ସମ୍ପାଦକ ଲୋକନାଥ ମହାନ୍ତି, କୋଷାଧକ୍ଷ ସୁନୀଲ ପ୍ରଧାନ, ଶୁଭଶ୍ରୀ ବାରିକ, ତନୁଜା ମହାନ୍ତି ଏବଂ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର