ଅଲିମ୍ପିଆନ୍‌ ଦମ୍ପତି, ଦୀପିକା ହେଲେ ଅତନୁଙ୍କ ଜୀବନ ସାଥୀ

ଭାରତୀୟ ତୀରନ୍ଦାଜି ଦୁନିଆର ଦୁଇ ପରିଚିତ ନାଁ ଅତନୁ ଦାସ ଓ ଦୀପିକା କୁମାରୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। କୋଭିଡ୍-୧୯ ସତର୍କତା ଭିତରେ ରାଞ୍ଚିର ମୋରାବାଡ଼ିରେ ମଙ୍ଗଳବାର ଉଭୟ ପରସ୍ପରକୁ ଜୀବନ ସାଥୀ ଭାବେ ବାଛିଛନ୍ତି। କଟକଣା ପାଇଁ ବିବାହ ଭୋଜି ଲାଗି ମାତ୍ର ୬୦ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା। ଅନ୍ୟପକ୍ଷରେ ଉଭୟଙ୍କ ପରିବାର ଲୋକ ଘରେ ରହିବାକୁ ବାଧ୍ୟ ହୋଇଥିଲେ। ଅତନୁ-ଦୀପିକାଙ୍କର ନିର୍ବନ୍ଧ ୨୦୧୮ ମସିହାରୁ ଶେଷ ‌ହୋଇ ସାରିଥିଲା। ହେଲେ ବ୍ୟସ୍ତବହୁଳ ଖେଳସୂଚୀ ପାଇଁ ସେମାନେ ବିବାହ ପାଇଁ ସମୟ ବାହାର କରି ପାରୁ ନଥିଲେ। କୋଭିଡ୍-୧୯ ପାଇଁ ବିଭିନ୍ନ ଖେଳ ପ୍ରତିଯୋଗିତା ବନ୍ଦ ରହିଥିବାରୁ ଏହାକୁ ଏକ ସୁଯୋଗ ଭାବେ ଦେଇ ବିବାହ କାର୍ଯକୁ ଶେଷ କରି ଦେଇଛନ୍ତି ଏମାନେ। ଅତନୁଙ୍କ ଭଳି ଦୀପିକା ମଧ୍ୟ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଅତନୁ ଦ୍ବିତୀୟ ଓ ଦୀପିକା ତୃତୀୟ ଥର ପାଇଁ ଟୋକିଓରେ ଅଲିମ୍ପିକ୍ସ ଖେଳିବେ।

ସମ୍ବନ୍ଧିତ ଖବର