ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଆଉ ସପ୍ତାହକ ପରେ ଆରମ୍ଭ ହେବାକୁ ଯାଉଥିବା ବେଳେ ଭାରତର ଦୃଢ଼ ପଦକ ଦାବିଦାର ପିଭି ସିନ୍ଧୁ ନିଜ ପ୍ରସ୍ତୁତିରେ ନୂଆ ରୂପ ଦେଇଛନ୍ତି। ପଡିଆ ଭିତର ପ୍ରସ୍ତୁତି ସହିତ ଏହି ତାରକା ବ୍ୟାଡମିଣ୍ଟନ୍ ଖେଳାଳି ନିଜ ଶରୀରରେ ମଧ୍ୟ ଅଲିମ୍ପିକ୍ସର ସ୍ପର୍ଶ ଦେଇଛନ୍ତି। ଏହି ବିଶ୍ବ ବିଜୟିନୀ ହାଇଦ୍ରାବାଦ ଝିଅ ନିଜ ହାତ ଆଙ୍ଗୁଠି ନଖରେ ଅଲିମ୍ପିକ୍ସ ରିଙ୍ଗ୍ ଚିତ୍ରିତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସିନ୍ଧୁ ଏହାର ଫଟୋ ଛାଡ଼ିଛନ୍ତି। ଯେଉଁଥିରେ ତାଙ୍କ ମଝି ଓ ମୁଦ୍ରିକା ଆଙ୍ଗୁଠିରେ ଅଲିମ୍ପିକ୍ସ ରିଙ୍ଗ ସମ୍ପୂର୍ଣ୍ଣ ହୋଇଥିବା ନଜରକୁ ଆସୁଛି। ୧୦ ଦିନିଆ ଅବଗଣନା ପର୍ବ ଅବସରରେ ପ୍ରସ୍ତୁତ ଏହି ନଖକଳା ଲାଗି ସିନ୍ଧୁ ଫଟୋଟିର ଶିରୋନାମାରେ ଲେଖିଛନ୍ତି ‘ଅଲିମ୍ପିକ୍ ଜ୍ବର’। ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ।
ଟୋକିଓ ଅଲିମ୍ପିକ୍ସ ଆଉ ୭ ଦିନ: ସିନ୍ଧୁଙ୍କ ନଖରେ ଅଲିମ୍ପିକ୍ସ ରିଙ୍ଗ୍
/sambad/media/post_attachments/wp-content/uploads/2021/07/5fs49h4f5s6h456fsh456fshfhshffhfhfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)