ବିରାଟଙ୍କ ଶତକ ପାଇଁ ପ୍ରାର୍ଥନା କରୁଛନ୍ତି ପାକ୍‌ ଖେଳାଳି

ନୂଆଦିଲ୍ଲୀ: କ୍ରୀଡ଼ା କ୍ଷେତ୍ରରେ ପାକିସ୍ତାନ ଯେ ଭାରତର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ତାହା ସମସ୍ତଙ୍କୁ ବେଶ୍‌ ଭଲ ଭା‌ବେ ଜଣା। ହେଲେ ବେଳେ ବେଳେ ଶତ୍ରୁ ବି ମିତ୍ର ପାଲଟିଯିବାର ଉଦାହରଣ ଦେଖାଯାଇଛି। ଅଧିକାଂଶ ପାକିସ୍ତାନ କ୍ରିକେଟର୍‌ ଭାରତୀୟ ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ ବଡ଼ ପ୍ରଶଂସକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ପାକ୍‌ ଖେଳାଳି କୋହଲି କିଭଳି ତାଙ୍କର ୭୧ତମ ଶତକ ହାସଲ କରନ୍ତୁ ସେନେଇ ପ୍ରାର୍ଥନା କରୁଛନ୍ତି। କୋହଲି ପ୍ରାୟ ୨ ବର୍ଷ ଧରି ଶତକଟିଏ ହାସଲ କରିପା‌ରୁନାହାନ୍ତି। ହେଲେ ସଂପ୍ରତି ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଖେଳିବାରେ ବ୍ୟସ୍ତ କିଛି ପାକ୍‌ ଖେଳାଳି କୋହଲି ଫର୍ମକୁ ଫେରି ଶତକ ହାସଲ କରନ୍ତୁ ବୋଲି ତାଙ୍କ ପାକିସ୍ତାନ ଖେଳାଳି ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି ବୋଲି ଖଲାସା କରିଛନ୍ତି ପିଏସ୍‌ଏଲ୍‌ରେ ସର୍ବାଧିକ ସଫଳ ଫ୍ରାଞ୍ଚାଇଜ୍‌ ଇସ୍‌ଲାମାବାଦ ୟୁନାଇଟେଡ୍‌ର ରଣକୌଶଳ ପ୍ରବନ୍ଧକ ହାସନ ଚିମା।

ସମ୍ବନ୍ଧିତ ଖବର