ଓସିଏଲ୍‌ ଆରମ୍ଭ, ଉଦ୍‌ଘାଟନୀ ମ୍ୟାଚ୍‌ ଜିତିଲା ପାନ୍ଥର୍ସ

ଦେବାଶିଷଙ୍କୁ ସମ୍ବର୍ଦ୍ଧନା

କଟକ: ବାରବାଟୀ ଷ୍ଟାଡିୟମରେ ଓଡ଼ିଶା କ୍ରିକେଟ ଲିଗ୍‌ର ପ୍ରଥମ ସ˚ସ୍କରଣ ରବିବାରଠାରୁ ଆରମ୍ଭ ହୋଇଛି। ଜାତୀୟ ବରିଷ୍ଠ ଚୟନକର୍ତ୍ତା ତଥା ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଓଡ଼ିଶା ପାନ୍ଥର୍ସ ୯ ଵିକେଟରେ ଓଡ଼ିଶା ପ୍ୟୁମାସ୍‌କୁ ପରାସ୍ତ କରିଛି। ପ୍ରଥମ ଦିନର ପ୍ରଥମ ମ୍ୟାଚ୍‌ରେ ପାନ୍ଥର୍ସ ଟସ୍‌ ଜିତି ବୋଲି˚ କରିଥିଲା। ପ୍ୟୁମାସ୍‌ ନିର୍ଧାରିତ ୨୦ ଓଭରରେ ୮ ଵିକେଟ୍‌ ବିନିମୟରେ ୧୪୧ ରନ୍‌ କରିଥିଲା। ଦଳୀୟ ସ୍କୋର୍‌ ୨୩ ବେଳେ ପଞ୍ଚମ ଵିକେଟ୍‌ର ପତନ ଘଟିଥିଲା। କାମେଶ୍ବର ବାରିକ ୮, ଅବିନାଶ ନାୟକ ୧ ରନ୍‌ କରି ଆଉଟ ହୋଇଥିଲା ବେଳେ ଅଧିନାୟକ ଅରବିନ୍ଦ ସି˚ହ, ଟୁକୁନା ସାହୁ, ପ୍ରତୀପ ଦାସ ଖାତା ଖୋଲିପାରିନଥିଲେ। ତେବେ ଷଷ୍ଠ ଵିକେଟ୍‌ରେ ସନ୍ଦୀପ ପଟ୍ଟନାୟକ ଓ ପ୍ରୟାସ ସି˚ହଙ୍କ ଯୋଡ଼ି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିବା ସହ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ୧୦୭ ରନ୍‌ର ଭାଗୀଦାରି ହେବା ପରେ ସନ୍ଦୀପ (୪୧ ରନ୍‌) ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ଏହା ମଧ୍ୟରେ ପ୍ରୟାସ ୩୨ ବଲ୍‌ରୁ ଦ୍ରୁତ ଅର୍ଧଶତକ ଅର୍ଜନ କରିବା ସହ ୭୪ (୪୦ ବଲ୍‌, ୩ ଚୌକା, ୭ ଛକା) ରନ୍‌ରେ ଆଉଟ ହୋଇଥିଲେ। ପ୍ରଦୀପ ପ୍ରଧାନ ୪, ଆଲୋକ ସାହୁ ୨ ଓ ବସନ୍ତ ମହାନ୍ତି ୧ ଵିକେଟ ନେଇଥିଲେ। ୧୪୨ ରନ୍‌ର ଲକ୍ଷ୍ୟକୁ ପିଛା କରି ପାନ୍ଥର୍ସ ଆକ୍ରମଣାତ୍ମକ ବ୍ୟାଟି˚ କରିଥିଲା। ଦ୍ରୁତ ଖେଳିବାକୁ ଯାଇ ଆଲୋକ ସାହୁ ୨୩ ରନ୍‌ରେ ଆଉଟ ହେବା ସତ୍ତ୍ବେ ୧୫.୩ ଓଭରରେ ଆଉ କୌଣସି କ୍ଷତି ନଘଟାଇ ଦଳ ମ୍ୟାଚ୍‌ ଜିତିଯାଇଥିଲା। ଅଙ୍କିତ ସି˚ହ ୪୩* ଓ ସିଦ୍ଧାନ୍ତ ଜେନା ୬୩* (୩୯ ବଲ୍‌, ୫ ଛକା, ୫ ଚୌକା) ରନ୍‌ କରି ଦଳକୁ ଜିତାଇଥିଲେ।

ଟାଇଗର୍ସ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇ ନେଲେ ରାମଚନ୍ଦ୍ର, ମୃଣ୍ମୟ
ଅନ୍ୟଏକ ମ୍ୟାଚ୍‌ରେ ଓଡ଼ିଶା ଚିତାସ୍‌ ୭ରନ୍‌ରେ ଓଡ଼ିଶା ଟାଇଗର୍ସକୁ ହରାଇଛି। ଏହି ଉତ୍କଣ୍ଠାଭରା ମୁକାବିଲାରେ ଅଭିଷେକ ରାଉତଙ୍କ ଅପରାଜିତ ୫୮ (୪୨ବଲ୍‌, ୫ଚୌକା, ୩ଛକା), ସୌରଭ ଗୌଡ଼ଙ୍କ ୩୯ ଓ ଅନୁରାଗ ଷଡ଼ଙ୍ଗୀଙ୍କ ୨୨ ରନ୍‌ ସହାୟତାରେ ଚିତାସ୍‌ ୮ ଵିକେଟ୍‌ ବିନିମୟରେ ୧୫୪ ରନ୍‌ କରିଥିଲା। ଶେଖର ମାଝୀ ୩, ସ˚ଜୟ ଦାସ ୩, ବି.ଶିବା ୧ ଵିକେଟ୍‌ ନେଇଥିଲେ। ୧୫୫ରନ୍‌ର ଲକ୍ଷ୍ୟକୁ ପିଛା କରି ଟାଇଗର୍ସ ମଧ୍ୟ ଦମ୍‌ଦାର ଆରମ୍ଭ କରିଥିଲା। ଆୟୁଷ ନାଏକ ଓ ଦିବ୍ୟଶକ୍ତି ଚକ୍ରବର୍ତ୍ତୀ ପ୍ରଥମ ଵିକେଟ୍‌ରେ ୧୧୮ରନ୍‌ ଯୋଡ଼ିଥିଲେ। ଟାଇଗର୍ସ ବିଜୟ ଆଡ଼କୁ ଅଗ୍ରସର ହେଉଥିଲାବେଳେ ଦିବ୍ୟଶକ୍ତିଙ୍କୁ ( ୬୫ରନ୍‌, ୪୫ ବଲ୍‌, ୭ଚୌକା, ୨ଛକା)ଙ୍କୁ ଅଭିଷେକ ରାଉତ ଆଉଟ୍‌ କରି ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ପଛକୁ ପଛ ଆୟୁଷ (୫୨), ରାକେଶ ଗୋଚ୍ଛାୟତ (୧), ଅମିନ ଖାନ୍‌ (୦), ହର୍ଷିତ ରାଥୋଡ (୪), ସ˚ଜୟ ଦାସ (୪) ଆଉଟ୍‌ ହୋଇଯାଇଥିଲେ। ଫଳରେ ଟାଇଗର୍ସ ୭ଵିକେଟ୍‌ ବିନିମୟରେ ୧୪୭ରନ୍‌ କରିପାରିଥିଲା। ରାମଚନ୍ଦ୍ର ବେହେରା ଓ ମୃଣ୍ମୟ ତ୍ରିପାଠୀ ତିନୋଟି ଲେଖାଏଁ ଵିକେଟ୍‌ ନେଇ ଟାଇଗର୍ସର ଶକ୍ତ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ।

ଦେବାଶିଷଙ୍କୁ ସମ୍ବର୍ଦ୍ଧନା
ଜାତୀୟ ବରିଷ୍ଠ ଚୟନକର୍ତ୍ତା ଭାବେ ନୂଆ ଦାୟିତ୍ବ ପାଇଥିବା ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଓସିଏ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଓସିଏଲ୍‌ ଟ୍ବେଣ୍ଟି-୨୦ ଲିଗ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଦେବାଶିଷଙ୍କୁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପ ସଭାପତି ଅକ୍ଷୟ ସାମନ୍ତ, ସମ୍ପାଦକ ସ˚ଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, କାଉନସିଲ ସଦସ୍ୟ ସୁବାଶିଷ ସେନାପତି ମିଳିତ ଭାବେ ସମ୍ବର୍ଦ୍ଧିତ କରିଥିଲେ। ଜାତୀୟ ଚୟନକର୍ତ୍ତା ହେବାରେ ର˚ଜୀବ ବିଶ୍ବାଳଙ୍କ ପରେ ଦେବାଶିଷ ହେଉଛନ୍ତି ଓଡ଼ିଶାରୁ ଦ୍ବିତୀୟ କ୍ରିକେଟର। ଏଥିପୂର୍ବରୁ ଦେବାଶିଷ ଜାତୀୟ କନିଷ୍ଠ ଚୟନକର୍ତ୍ତା ଭାବେ ସଫଳତାର ସହ ଦାୟିତ୍ବ ନିର୍ବାହ କରିଛନ୍ତି।

ସମ୍ବନ୍ଧିତ ଖବର