ରେସିଂ ଟ୍ରାକ୍‌କୁ ଫେରିବାକୁ ଚାହାନ୍ତି ଅଶ୍ଳୀଳ ଚଳଚ୍ଚିତ୍ର ନାୟିକା‌

ସିଡ୍‌ନି: ଆର୍ଥିକ ସଙ୍କଟ ପାଇଁ କାର୍ ରେସିଂ ଦୁନିଆକୁ ଅଲବିଦା କହିଥିବା ଅଷ୍ଟ୍ରେଲିଆର ଅଶ୍ଳୀଳ ଚଳଚ୍ଚିତ୍ର ନାୟିକା ରେ‌ନି ଗ୍ରେସି ତାଙ୍କ ପୁରୁଣା ଦିନକୁ ମନେ ପକାଇଛନ୍ତି। ଅଶ୍ଲୀଳ ଚଳଚ୍ଚିତ୍ର ଦୁନିଆ ଛାଡ଼ି ପୁଣି ଥରେ କାର୍ ରେସିଂ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦୁନିଆରେ ମାତ୍ର କିଛି ମାସ ସକ୍ରିୟ ରହିବା ପରେ ଭଲ ଅର୍ଥ ରୋଜଗାର ହୋଇଥିବାରୁ ଏହାକୁ ସୁପର କାର୍ ରେସିଂରେ ଉପଯୋଗ କରିବାକୁ ଚାହୁଥିବା ରେନି କହିଛନ୍ତି। ତେବେ ଅଶ୍ଲୀଳ ଚଳଚ୍ଚିତ୍ର ଦୁନିଆ ଛାଡ଼ିବେ କି ନାହିଁ, ସେ ବିଷୟରେ ସେ କିଛି କହିନାହାନ୍ତି।

ରେନି କିନ୍ତୁ ଦୁଃଖର ସହ କହିଛନ୍ତି ଯେ ସେମାନେ (ସୁପର କାର୍ ରେସ୍ ଆୟୋଜକ) ‌ମୋତେ ଗ୍ରହଣ କରିବାକୁ ରାଜି ନାହାନ୍ତି। ହେଲେ ମୁଁ ଫେରିବାକୁ ଚାହୁଛି। ଅଷ୍ଟ୍ରେଲିଆର ଏହି ଚର୍ଚିତ ନାୟିକା ଭି-୮ ସୁପରକାର୍ ରେସର୍‌ ଥିଲେ। ରେସିଂ ସର୍କିଟ୍‌ରେ ଯାଦୁ ଦେଖାଇବା ସହ ନିଜ ଗ୍ଲାମରିଅସ୍ ଚେହେରା ପାଇଁ ସେ ବେଶ୍ ଚର୍ଚିତ ଥିଲେ। ଗୋଟିଏ ଦୁଇଟି ଋତୁରେ ଖରାପ ପ୍ରଦର୍ଶନ କରିବା ପରେ ରେନି କିନ୍ତୁ ରେସିଂ ଦୁନିଆ‌ରୁ ମନ ମୁତାବକ ରୋଜଗାର କରିପାରୁ ନଥିଲେ। ସେଥିପାଇଁ ଅଧିକ ଅର୍ଥ ରୋଜଗାର କରିବା ଲୋଭରେ ଅଶ୍ଲୀଳ ଚଳଚ୍ଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ। ଏହା କରି ସେ ସପ୍ତାହକୁ ପାଖାପାଖି ୨୫୦୦୦ ଡଲାର ରୋଜଗାର କରିପାରୁଛନ୍ତି।

ସମ୍ବନ୍ଧିତ ଖବର