ଜାଗୁଆର୍ସକୁ ହରାଇଲା ପ୍ୟୁମାସ୍‌, ପାନ୍ଥର୍ସର ବିଜୟ ଧାରା ଜାରି

କଟକ: ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏଲ୍‌)ର ବୁଧବାର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ପ୍ୟୁମାସ୍‌ ୫ ଵିକେଟରେ ଓଡ଼ିଶା ଜାଗୁଆର୍ସକୁ ହରାଇଛି। ଜାଗୁଆର୍ସ ପ୍ରଥମେ ବ୍ୟାଟି˚ କରି ୮ ଵିକେଟ୍‌ ବିନିମୟରେ ୧୧୩ ରନ୍‌ କରିଥିଲା। ସାମସୁଲ ଖାନ୍‌ ୨୧, ଅଧିନାୟକ ଗିରିଜା ରାଉତ ୨୬, ନିର୍ବିଶଙ୍କର ବାରିକ ୧୯, ଦିବ୍ୟର˚ଜନ ଦାସ ୧୪*, ସନ୍ଦୀପ ଚୌହାନ ୧୩ ରନ୍‌ କରିଥିଲେ। ପ୍ୟୁମାସ୍‌ର ଧୀରାଜ ସି˚ହ ଓ ଟୁକୁନା ସାହୁ ଦୁଇଟି ଲେଖାଏଁ ଏବ˚ ପ୍ରଶାନ୍ତ ରଣା, ଜିତେନ୍ଦ୍ର ଥାପା, ପ୍ରୟାସ ସି˚ହ ପ୍ରତ୍ୟେକ ୧ ଵିକେଟ ନେଇଥିଲେ। ଜବାବରେ ପ୍ୟୁମାସ ୧୮ ଓଭର ସୁଦ୍ଧା ୫ ଵିକେଟ କ୍ଷତିରେ ମ୍ୟାଚ୍‌ ଜିତି ନେଇଥିଲା। ଅଧିନାୟକ ଅରବିନ୍ଦ ସି˚ହ ୩୫ ରନ୍‌ର ଅପରାଜିତ ପାଳି ଖେଳି ଦଳଜୁ ବିଜୟ ମୁକୁଟ ପିନ୍ଧାଇଥିଲା ବେଳେ ଅବିନାଶ ନାୟକ ୧୧, ସନ୍ଦୀପ ପଟ୍ଟନାୟକ ୨୧, ପୂର୍ଣ୍ଣଚନ୍ଦ୍ର ମାଝୀ ୨୭ ରନ୍‌ର ଅବଦାନ ଦେଇଥିଲେ। ଅରବିନ୍ଦଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ଜାହାଙ୍ଗିର ଖାନ୍‌ ପୁରସ୍କୃତ କରିଥିଲେ। ଗୁରୁବାର ଦୁଇଟି ମ୍ୟାଚ୍‌ରେ ଲାୟନ୍ସ ଓ ପ୍ୟୁମାସ୍‌ ଏବ˚ ଟାଇଗର୍ସ ଓ ଜାଗୁଆର୍ସ ମୁହାଁମୁହିଁ ହେବେ।

ପାନ୍ଥର୍ସର ବିଜୟ ଧାରା ଜାରି
ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶା ପାନ୍ଥର୍ସ ୬ଵିକେଟ୍‌ରେ ଓଡ଼ିଶା ଚିତାସ୍‌କୁ ପରାସ୍ତ କରି ବିଜୟ ଧାରା ଜାରି ରଖିଛି। ପ୍ରଥମେ ବ୍ୟାଟି˚ କରିଥିବା ଚିତାସ୍‌ ୮ଵିକେଟ୍‌ରେ ୯୭ରନ୍‌ କରିଥିଲା। ଅମିତ ସାହୁ ୧୨, ଅନୁରାଗ ଷଡ଼ଙ୍ଗୀ ୨୧, ଅଭିଷେକ ରାଉତ ୧୨, ବାଦଲ ଭୋଳ ୧୮* ରନ୍‌ କରିଥିଲେ। ଆଲୋକ ସାହୁ, ଜୟନ୍ତ ବେହେରା, ପ୍ରଦୀପ ପ୍ରଧାନ ୨ଟି ଲେଖାଏଁ ଵିକେଟ୍‌ ନେଇଥିଲେ। ପାନ୍ଥର୍ସ ୪ଵିକେଟ୍‌ ହରାଇ ୧୮.୧ ଓଭରରେ ବିଜୟ ହାସଲ କରିଥିଲା। ଅଙ୍କିତ ସି˚ହ ଅପରାଜିତ ୩୮ରନ୍‌ ସ˚ଗ୍ରହ କରିଥିଲାବେଳେ ବିନୀତ ମହାନ୍ତି ୨୫, ଅଭିଷେକ ଯାଦବ ୧୪, ର˚ଜିତ ପାଇକରାୟ ୧୧*ରନ୍‌ର ଯୋଗଦାନ କରିଥିଲେ। ପାନ୍ଥର୍ସ ମଙ୍ଗଳବାରର ରାତି ମୁକାବିଲାରେ ଲାୟନ୍ସକୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର