ପର୍ପଲ୍ କ୍ୟାପ୍‌ ବିଜେତା ଏବେ ନେଟ୍‌ ‌ବୋଲର୍‌

ମୁମ୍ବାଇ: ଦ୍ରୁତ ବୋଲର ମୋହିତ ଶର୍ମାଙ୍କ ପାଇଁ ଦ୍ରୁତ ବେଗରେ ବଦଳିଯାଇଛି ଜୀବନ। ଏକଦା ଆଇପିଏଲ୍‌ର ୨୦୧୪ ସଂସ୍କରଣରେ ଅଗ୍ରଣୀ ବୋଲର ଭାବେ ପର୍ପଲ୍ କ୍ୟାପ୍‌ ଜିତିଥିବା ଏହି ପୂର୍ବତନ ଭାରତୀୟ ଖେଳାଳି ଆଗାମି ଆଇପିଏଲ୍‌ ପାଇଁ ଗୁଜରାଟ ଲାୟନ୍ସର ନେଟ୍ ବୋଲର୍ ହୋଇଛନ୍ତି। ଏହି କଥାକୁ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରିନଥିବାରୁ ସାମାଜିକ ଗଣମାଧ୍ୟମରେ ସମା‌ଲୋଚନା କରିଛନ୍ତି। ଭାରତ ପାଇଁ ୨୬ ଦିନିକିଆା ଓ ୮ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ‌ ଖେଳିଥିବା ୩୩ ବର୍ଷୀୟ ମୋହିତ ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ଧୋନିଙ୍କ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଦଳରୁ ଖେଳିଥିଲେ। ଏହା ପରେ ସେ ପଞ୍ଜାବ, ଚେନ୍ନାଇ ଓ ଦିଲ୍ଲୀ ପାଇଁ ପ୍ରତିନିଧିତ୍ବ କରିଥିଲେ। ତେବେ ଚେନ୍ନାଇ ସୁପର୍ କିଙ୍ଗ୍ସର ୨ ବର୍ଷ ନିଲମ୍ବନ କାରଣରୁ ମୋହିତଙ୍କ ପ୍ରଦର୍ଶନରେ ଅବନତି ଘଟିଥିବା ବିଶ୍ବାସ କରାଯାଉଛି। ଗତ ନିଲାମରେ କିନ୍ତୁ ମୋହିତଙ୍କୁ କେହି କିଣିନଥିଲେ। ୨୦୧୪ରେ ମୋହିତ ସିଏସ୍‌କେ ପାଇଁ ଖେଳି ୧୬ ମ୍ୟାଚ୍‌ରୁ ୧୯.୬୫ ହାରରେ ୨୩ ୱିକେଟ୍‌ ନେଇ ପର୍ପଲ୍ କ୍ୟାପ୍‌ ଜିତିଥିଲେ।

ସମ୍ବନ୍ଧିତ ଖବର