ଅସଲ ଲକ୍‌ଡାଉନ୍‌ର ଅସଲି ନାୟକ: ବ୍ଲେଡ୍‌ ରନର୍‌ଙ୍କ ବିରାଟ ଯାତ୍ରା, ମେଜର୍‌ ସିଂହଙ୍କ ସଂଘର୍ଷର କାହାଣୀ

ନୂଆଦିଲ୍ଲୀ: ଶୀତତାପ ନିୟନ୍ତ୍ରଣ ଘରେ ନୁହେଁ, ମାସ ମାସ ଧରି ବଙ୍କର ଭିତରେ ଗୃହାବଦ୍ଧ ରହିବାର ଅନୁଭବ। ସମସ୍ତ ପ୍ରକାର ବୈଷୟିକ ବ୍ୟବସ୍ଥା ଭିତରେ ଅବିଶିଷ୍ଟ ବିଶ୍ବ ସହ ଯୋଗାଯୋଗ ରହି ନୁହେଁ, ସଭ୍ୟତା ସମାଜଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ରହିବାର ଅନୁଭବ। ହ୍ବାଟ୍‌ସଆପ୍‌ରେ ତୁମେ ତାଲିକା ପଠାଇ ଦେଇ ସାମଗ୍ରୀ ପାଇଯିବା ନୁହେଁ, ଖାଦ୍ୟ ପଦାର୍ଥ ଆସିବ କି ନାଁ ଆଶଙ୍କା ଭିତରେ ରହିବାର ଅନୁଭବ। ଏହି ସବୁକୁ ହିଁ ଅସଲ ଲକ୍‌ଡାଉନ୍ କୁହାଯାଇପାରିବ। ଏଭଳି ଜଟିଳ ପରିସ୍ଥିତିକୁ ଜୀବନରେ ସମ୍ମୁଖୀନ କରିଛନ୍ତି ବ୍ଲେଡ୍ ରନର୍‌ ମେଜର ଡିପି ସିଂହ। ୧୯୯୯ କାରଗିଲ୍‌ ଯୁଦ୍ଧ ସମୟରେ ନିଜର ଡାହାଣ ଗୋଡ଼ ହରାଇଥିଲେ ମେଜର ସିଂହ। ସେବେଠୁ ନିଜେ ଏକ ଥଟ୍ଟାର ସ୍ରଷ୍ଟା ସାଜିଥିଲେ ‘ଡାହାଣ ଏବେ ମୋ ସହ ନାହିଁ ଏବଂ ବାମ ଆଉ ଠିକ୍ ନାହିଁ’। ଦେଶର ଏହି ସେନାଙ୍କ ଜୀବନଯାତ୍ରା ବେଶ ସଂଘର୍ଷମୟ କିନ୍ତୁ ‘ସକାରାତ୍ମକ’ର ଶ୍ରେଷ୍ଠ ଉଦାହରଣ ତାଙ୍କଠାରୁ ଶିଖି ହେବ। ସାମ୍ପ୍ରତିକ ମହାମାରୀ ପରିସ୍ଥିତିରେ ଲୋକମାନେ ‘ସକାରାତ୍ମକ’କୁ ଖୋଜି ପାଉନଥିବା ବେଳେ ମେଜର ସିଂହ ‘ଏହା ମିଳିଯିବ’ର ବିଶ୍ବାସ ଭରିଦିଅନ୍ତି। ଦେଶର ଏହି ପ୍ରଥମ ବ୍ଲେଡ୍‌ ରନର୍‌ ହାଫ୍‌ ମାରାଥନ୍ ଧାବକ ତଥା ସଦ୍ୟ ସ୍କାଏ ଡାଇଭିଂ କରିଥିବା ସେନାଙ୍କ ସଂଘର୍ଷର କାହାଣୀ ଯେତିକି ରୋଚକ ସେତିକି ରୋମାଞ୍ଚକ।

ଗୋଡ଼ କଟା ମୁହୂର୍ତ୍ତ
ଆକ୍ରମଣ ବେଳେ ମୁଁ ଯୁଦ୍ଧକ୍ଷେତ୍ରରେ ଗୋଡ଼ ହରାଇନଥିଲି। ଡାହାଣ ଗୋଡ଼ରେ ଗ୍ରେନେଡ୍‌ ପଶି ରହିଥିବାରୁ କାଟିବାକୁ ପଡ଼ିଥିଲା। ପ୍ରଥମେ ଉଦ୍ଦାମପୁର ହସିପିଟାଲ୍‌ ଡାକ୍ତର ବି ମୋତେ ସାହସର ସହ କହିଥିଲେ ଗୋଡ଼ କାଟିବାକୁ ପଡ଼ିବ। ଏବେ ଏବେ ନିଜ କ୍ୟାରିୟର୍ ଆରମ୍ଭ କରିଥିବା ଜଣେ ୨୪ ବର୍ଷୀୟ ଯୁବକ ପାଇଁ ଏହା ନିଶ୍ଚିତ କଷ୍ଟକର ମୁହୂର୍ତ ଥିଲା। ମାତ୍ର ଦେଢ଼ ବର୍ଷର ଚାକିରି ହୋଇଥିଲା। ସବୁ ସ୍ବପ୍ନ ଚୁରମାର୍‌ ହୋଇଯାଇଥିଲା। ଡାକ୍ତର କହିବା ପରେ କେବଳ ଖଣ୍ଡିଆଖାବରା ପାଦକୁ ଚାହିଁ ରହିଥିଲି, ଈଶ୍ବରଙ୍କ ଈଚ୍ଛା ଯଦି ସେଇଆ କହି ମାନସିକ ଭାବେ ପ୍ରସ୍ତୁତ ହୋଇଯାଇଥିଲି। ସେତେବେଳେ ମନକୁ ଆସିଥିଲା ଦିବ୍ୟାଙ୍ଗ ହୋଇ ଜୀବନ ନିର୍ବାହ କରୁଛନ୍ତି ମୁଁ କାହିଁକି ନୁହେଁ।

ଗୋଡ଼ କଟା ମୁହୂର୍ତ୍ତ
ଆକ୍ରମଣ ବେଳେ ମୁଁ ଯୁଦ୍ଧକ୍ଷେତ୍ରରେ ଗୋଡ଼ ହରାଇନଥିଲି। ଡାହାଣ ଗୋଡ଼ରେ ଗ୍ରେନେଡ୍‌ ପଶି ରହିଥିବାରୁ କାଟିବାକୁ ପଡ଼ିଥିଲା। ପ୍ରଥମେ ଉଦ୍ଦାମପୁର ହସିପିଟାଲ୍‌ ଡାକ୍ତର ବି ମୋତେ ସାହସର ସହ କହିଥିଲେ ଗୋଡ଼ କାଟିବାକୁ ପଡ଼ିବ। ଏବେ ଏବେ ନିଜ କ୍ୟାରିୟର୍ ଆରମ୍ଭ କରିଥିବା ଜଣେ ୨୪ ବର୍ଷୀୟ ଯୁବକ ପାଇଁ ଏହା ନିଶ୍ଚିତ କଷ୍ଟକର ମୁହୂର୍ତ ଥିଲା। ମାତ୍ର ଦେଢ଼ ବର୍ଷର ଚାକିରି ହୋଇଥିଲା। ସବୁ ସ୍ବପ୍ନ ଚୁରମାର୍‌ ହୋଇଯାଇଥିଲା। ଡାକ୍ତର କହିବା ପରେ କେବଳ ଖଣ୍ଡିଆଖାବରା ପାଦକୁ ଚାହିଁ ରହିଥିଲି, ଈଶ୍ବରଙ୍କ ଈଚ୍ଛା ଯଦି ସେଇଆ କହି ମାନସିକ ଭାବେ ପ୍ରସ୍ତୁତ ହୋଇଯାଇଥିଲି। ସେତେବେଳେ ମନକୁ ଆସିଥିଲା ଦିବ୍ୟାଙ୍ଗ ହୋଇ ଜୀବନ ନିର୍ବାହ କରୁଛନ୍ତି ମୁଁ କାହିଁକି ନୁହେଁ।

ଅସଲ ଲକ୍‌ଡାଉନ୍‌
ଦିନ ଥିଲା ମୁଁ ଆଇସିୟୁରେ ଗୋଟିଏ ବର୍ଷ ଲକ୍‌ଡାଉନ୍ ଥିଲି। ଏପରିକି ତୁମେ କେବେ ଆଘାତ ସମସ୍ୟାରେ ପଡ଼ିଥିଲେ ପରିସ୍ଥିତିକୁ ବୁଝି ପାରିବ। ଜଣେ ଯଦି କାନ୍ଦିବାକୁ ଚାହିଁବ କାନ୍ଦିବ, କିନ୍ତୁ ଜଣେ ଯଦି ସକାରାତ୍ମକ କଥା ଚିନ୍ତା କରିବ ନିଶ୍ଚିତ ଦିନେ ଖୋଜି ପାଇବ। ପ୍ରତିଟି ‌ସୈନ୍ୟ ଯିଏ ଫିଲ୍‌ଡରେ ନିଯୁକ୍ତ ଥାଆନ୍ତି ସେମାନେ ଅପହଞ୍ଚ ଅଞ୍ଚଳରେ ରହିଥାନ୍ତି। ଏଲ୍‌ଓସି, ବର୍ଡର, ରାଜସ୍ଥାନ, ସିଆଚେନ୍‌, ହାଇ ଅଲଟିଚ୍ୟୁଡ୍‌, ଜଙ୍ଗଲ ଆଦି ଅନେକ ଅପହଞ୍ଚ ଇଲାକାରେ ହିଁ ସେମାନେ କାମ କରନ୍ତି। ସେମାନେ ଅସଲରେ ଅବଶିଷ୍ଟ ଦୁନିଆଠାରୁ ବିଛିନ୍ନ ଥାନ୍ତି। ଏହା ହିଁ ଅସଲ ଲକ୍‌ଡାଉନ୍‌। ଏବେ ଆପଣଙ୍କୁ କେବଳ ଘରେ ରହିବାକୁ କୁହାଯାଉଛି। ଶାରୀରିକ ଭାବେ ନିଜ ଲୋକଙ୍କ ପାଖରେ ନ ଥିବା ବ୍ୟକ୍ତିଙ୍କୁ ଛାଡ଼ିଦେଲେ ଆପଣଙ୍କ ପାଖରେ ସ୍ମାର୍ଟଫୋନ୍‌, ଟେକନୋଲୋଜି, ଭିଡିଓ କଲିଂର ବ୍ୟବସ୍ଥା ଆଦି ରହୁଛି। ଏବେ ତ ଆପଣଙ୍କୁ ବିଦ୍ୟୁତ, ଶୀତତାପ ନିୟନ୍ତ୍ରଣ ଘର, ରାସନ୍‌, ପାଣି ସବୁ ମିଳୁଛି। କିନ୍ତୁ ଜଣେ ସୈନ୍ୟ ‌ଯେତେବେଳେ ହାଇ ଅଲଟିଚ୍ୟୁଡ୍‌ ଅଞ୍ଚଳରେ ଥାଏ ସେ ଅନେକ ମୌଳିକ ସେବାରୁ ବଞ୍ଚିତ ରହିଥାଏ। ତାପମାତ୍ରା ବିଯୁକ୍ତାତ୍ମକ ଥିବ ଏବଂ ତୁମେ ଛୋଟ ଏକ କୁଡିଆରେ ତାପମାତ୍ରା ବଢ଼ାଇବା ଲାଗି ଗରମ କିଛି କରିନେଉଥିବ। କୌଣସି ଜିନିଷ ଖାଲି ହାତରେ ଛୁଇଁଲେ ଫ୍ରଷ୍ଟବାଇଟ୍ ହେବାର ଆଶଙ୍କା ଥାଏ, ପାଣି ପିଇବାକୁ ହେଲେ ବରଫକୁ ଜାଳିବାକୁ ପଡ଼ିଥାଏ। କାରଣ ସେଠାରେ ଜୀବନର ଏକ ଉଦ୍ଦେଶ୍ୟ ଥାଏ ଏବଂ ସେନାଟିଏ ସେସବୁ ପରିସ୍ଥିତିର ଆହ୍ବାନକୁ ଗ୍ରହଣ କରି ନେଇଥାଏ।

ଈଶ୍ବରଙ୍କୁ କୃତଜ୍ଞତା
କୌଣସି ସାହସିକ କାମ କରିବା ପାଇଁ ତୁମ ଶାରୀରିକ ସକ୍ଷମତା ଜରୁରି ନୁହେଁ। ହସିବା କାନ୍ଦିବା ଯେଭଳି ତୁମ ହାତର କଥା, ସେହିଭଳି ସକ୍ଷମତା ବି ମନ ଓ ମାନସିକତାର କଥା। ଏହାକୁ ମେଜର ଡିପି ସିଂହ ପ୍ରମାଣିତ କରିଛନ୍ତି। ଏବେ ଏକ ଏନ୍‌ଜିଓ ମାଧ୍ୟମରେ ସମାନ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କୁ ଯୋଡ଼ି ସେମାନଙ୍କ ପାଇଁ କାମ କରୁଛନ୍ତି। ଅଦ୍ୟାବଧି ୨୦୦୦ ଦିବ୍ୟାଙ୍ଗ ଯୋଡ଼ି ହୋଇ ସାରିଥିବା ବେଳେ ଅନ୍ୟ ୧୦୦୦ ସମ୍ପର୍କରେ ଅଛନ୍ତି। ଏମାନେ କେହି ଫୌଜୀ ନୁହଁନ୍ତି, ସାଧାରଣ ଲୋକ। ସେମାନେ ବି ଜୀବନ ଜିଇଁବା ବୁଝିଗଲେଣି। ‘ମାତେ ସବୁ ଗୁରୁ ଶିଖାଇଛନ୍ତି, ପ୍ରଭୂଙ୍କ ଟିକିଏ କୃପାରୁ ମୁଁ ବୁଝିବା ଭଳି ବ୍ୟକ୍ତିଟିଏ ହୋଇଛି। ସବୁ କିଛି ପବିତ୍ର ପୁସ୍ତକରେ ଲେଖା ଅଛି, ଲୋକମାନେ ଏ ବିଷୟରେ ଅବଗତ ରହି ମଧ୍ୟ ଭୁଲିଯାଆନ୍ତି’ ବୋଲି ମେଜର ଡିପି ସିଂହ ଈଶ୍ବରଙ୍କୁ କୃତଜ୍ଞତା ପ୍ରଦାନ ଅବସରରେ କହିଥିଲେ।

‘ସୋଲେ’ ସଂଳାପରୁ ପ୍ରେରଣା
ମୁଁ ଡାକ୍ତରଖାନାରେ ପ୍ରାୟ ଦୁଇ ମାସ ଧରି ରହିଥିଲି। ତଳିପେଟର ଅଂଶ ଆଘାତପ୍ରାପ୍ତ ଥିଲା ଏବଂ ଗୋଡ଼ ଓ ହାତ କ୍ଷତବିକ୍ଷତ ଅବସ୍ଥାରେ ରହିଥିଲା। ମୁଁ କେବେ ଚିନ୍ତା କରି ନ ଥିଲି ମରିଯିବି ଏବଂ ମୋ ସହିତ କିଛି ଖରାପ ହେଲା ବୋଲି ମଧ୍ୟ ଭାବି ନ ଥିଲି। ଜଣେ ସୈନ୍ୟ ସହିତ କିଛି ବି ଘଟୁ ଏହା ପ୍ରଥମେ ମାନସିକତାରୁ ହିଁ ପ୍ରଭାବିତ କରିଥାଏ। ପରିସ୍ଥିତି ସହିତ ଖାପଖୁଆଇବା ଏବଂ ବାସ୍ତବତାକୁ ଗ୍ରହଣ କରିବା ହିଁ ମୋ ପାଇଁ ‌ଶ୍ରେ‌ଷ୍ଠ ଉପାୟ ଥିଲା। ଏହି ‌ପ୍ରେରଣା ମୁଁ ‘ସୋଲେ’ ଚଳଚ୍ଚିତ୍ରରୁ ପାଇଥିଲି। ନିଜକୁ ଉପଭୋଗ କରିଥିଲି, ଥଟ୍ଟାମଜା କରିଥିଲି, ବଲିଉଡ୍‌ ସଂଗୀତ ଓ ଆଧ୍ୟାତ୍ମିକ ସଂଗୀତ ବି ଶୁଣିଥିଲି। ସୋଲେ ସିନେମାର ସଂଳାପ ‘ଜୋ ‌ଡର୍‌ ଗୟା ସୋ ମର ଗୟା’ ମୋତେ ଆତ୍ମବିଶ୍ବାସ ଦେଇଥିଲା। ଯାହା ଯିବା କଥା ତ ଗଲାଣି, ଆଉ କାନ୍ଦି ଏହାକୁ ବଢ଼ାଇବି କାହିଁକି। ହସିବା ହିଁ ଶେଷ ବିକଳ୍ପ ବୋଲି ଧରି ନେଇଥିଲି। ମୋଟ ଉପରେ ମୁଁ ପ୍ରାୟ ୧ ବର୍ଷ ଡାକ୍ତରଖାନାରେ ବିତାଇଥିଲି କିନ୍ତୁ କେବେ ହାର ମାନିନଥିଲି। ସବୁ ବିକଳ୍ପ ମୋ ହାତରେ ଥିଲା ‘କାନ୍ଦିବି ନା ହସିବି’।

ବ୍ଲେଡ୍ ରନର୍‌ର ଜନ୍ମ
ଏତେ ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ମୁଁ ନିଜକୁ ପ୍ରତିଜ୍ଞା କରାଇଥିଲି, ଜୀବନ ଧାରଣର ମାନରେ ମୁଁ ସାଲିସ୍ କରିବି ନାହିଁ। ଜୀବନକୁ ଭଲ ପାଇବା ଜାରି ରଖିଥିଲି ଏବଂ ବର୍ଷ ବର୍ଷ ଧରି ଅବଶିଷ୍ଟ ବିଶ୍ବ ସହିତ ତୁଳନା କରି ଦେଖିଥିଲି। ଦିବ୍ୟାଙ୍ଗଙ୍କ ପ୍ରତି ଲୋକମାନେ ନିଶ୍ଚିତ ନିରାଶାବାଦୀ। ମୋ କ୍ଷମତା ଉପରେ ବି ପ୍ରଶ୍ନ ଉଠୁଥିଲା। ମୋତେ ଆଗରୁ ଯାହା ସବୁ କରିବାର ଥିଲା ମୁଁ କ୍ରମେ ଲାଗି ପଡ଼ିଥିଲି। ଜଣେ ଆମ୍ପ୍ୟୁଟି ତଥା ବ୍ଲେଡ୍ ରନର୍‌ କ’ଣ କରିପାରିବ କ୍ଷମତା ଖୋଜିଥିଲି। ଭାଷଣବାଜି ଅପେକ୍ଷା ଆକ୍ସନରେ କରି ଦେଖାଇବାର ସଙ୍କଳ୍ପ ନେଇଥିଲି। ପ୍ରଥମେ କ୍ରସ୍ କଣ୍ଟ୍ରି ମାରାଥନ୍ ଓ ‌ରନ୍‌ କରିଥିଲି। ଦୌଡ଼ିବା ପ୍ରତି ମଣିଷର ଅବିଛେଦ୍ୟ ଅଂଶ, ଆପଣଙ୍କୁ ଈଶ୍ବର ଶାରୀରିକ କାର୍ଯ୍ୟକଳାପ ପାଇଁ ସୁଯୋଗ ଦେଇଛନ୍ତି। ଫିଟ୍‌ ଓ ସୁସ୍ଥ ରହିବା ଲାଗି ସୁଯୋଗ ରହିଛି, ତେଣୁ ମୁଁ ଦୌଡ଼ିବା ଆରମ୍ଭ କରିଥିଲି। ୨୦୧୯ରେ ମୁଁ ଆଉ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲି ଯିଏ ମୋତେ ସ୍କାଏ ଡାଇଭିଂ କରିବାକୁ ପ୍ରେରଣା ଦେଇଥିଲେ। ନାସିକରେ ସେନାଙ୍କ ସହ ପ୍ରଥମ ଅଭ୍ୟାସ ପରେ ମୁଁ କାନାଡ଼ାରେ ୭ଟି ଜମ୍ପ୍‌ ମାରିବାରେ ସକ୍ଷମ ହୋଇଛି।

ସମ୍ବନ୍ଧିତ ଖବର