ବିଶ୍ବକପ୍‌ ବିଦାୟ ସବୁଠୁ ଦୁଃଖର ଦିନ: ଜାଦେଜା

ନୂଆଦିଲ୍ଲୀ: ଗତ ୨୦୧୯ ଦିନିକିଆ ବିଶ୍ବକପ୍‌ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ନିକଟରୁ ହାରି ବିଦାୟ ନେବା ସବୁଠାରୁ ବଡ଼ ଦୁଃଖର ଦିନ ଥିଲା ବୋଲି ଭାରତୀୟ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ସ୍ମୃତି ରୋମନ୍ଥନ କରିଛନ୍ତି। ଗତ ବର୍ଷ ଠିକ୍‌ ଆଜିର ତାରିଖ (ଜୁଲାଇ ୧୦)ରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ‌ ଖେଳାଯାଥିବା ଏହି ମ୍ୟାଚ୍‌କୁ ଭାରତ ୧୮ ରନ୍‌ରେ ହାରି ବିଶ୍ବକପ୍‌ରୁ ଦୁଃଖଦ ବିଦାୟ ନେଇଥିଲା। ଏହି ହୃଦୟ ବିଦାରକ ଦୁଃଖର ଦିନକୁ ମନେପକାଇ ଜାଦେଜା ନିଜର ଫଟୋ ସହ ଟ୍ବିଟର୍‌ରେ କହିଛନ୍ତି ଯେ ‘ଜିତିବା ପାଇଁ ଆମେ ଆମର ଯଥାସମ୍ଭବ ଚେଷ୍ଟା କରିଥିଲୁ। ତଥାପି ବେଳେବେଳେ ଏପରି ପରାଜୟ ମିଳିଥାଏ। ବାସ୍ତବରେ ସବୁଠାରୁ ଦଃଖର ଦିନ!’ ବର୍ଷା ଯୋଗୁଁ ଏହି ସେମିଫାଇନାଲ୍‌ ଦୁଇ ଦିନ ଖେଳାଯାଇଥିଲା। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୩୯/୮ କରିଥିଲା। ଜବାବରେ ଭାରତକୁ ୨୨୧ ରନ୍‌ରେ ଅଟକାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା। ଫାଇନାଲ୍‌ରେ ଇଂଲଣ୍ଡଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା।

କ୍ରିକେଟ୍‌ ଖେଳୁଥିବା ଦେଶଗୁଡ଼ିକ ମଧ୍ୟରେ ଭାରତକୁ ଅଧିକ ପ୍ରତିଭାମାନ ଖେଳାଳି ମିଳିଛନ୍ତି। ଏଥିରେ କୌଣସି ପ୍ରଶ୍ନ ନାହିଁ। ସେମାନେ ମାନନ୍ତୁ କି ନମାନନ୍ତୁ ଦଳ ସମ୍ମୁଖରେ ବଡ଼ ଆହ୍ବାନ ରହିଛି। ସେମିଫାଇନାଲ୍‌ ପୂର୍ବରୁ ଭାରତ ମାତ୍ର ଗୋଟିଏ ମ୍ୟାଚ୍‌ ହାରିଥିଲେ ମଧ୍ୟ ବେଳେବେଳେ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼େ ବୋଲି କ୍ରିକ୍‌ବଜ୍‌କୁ ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର୍‌ରୁ ପ୍ରଶିକ୍ଷକ ହୋଇଥିବା ଟମ୍‌ ମୁଡି ପ୍ରକାଶ କରିଛନ୍ତି। ତୁମ ପାଖରେ ବହୁତ ଖେଳାଳି ଅଛନ୍ତି। ବଡ଼ ପ୍ରତିଯୋଗିତା ଜିତିବା ଲାଗି କିଭଳି ଖେଳିବାକୁ ପଡ଼ିବ ସେହି ଯୋଜନା ଅନୁଯାୟୀ ଦଳ ଚୟନ କରାଯିବା‌ ଆବଶ୍ୟକ ବୋଲି ମୁଡି ପ୍ରକାଶ କରିଛନ୍ତି। ଭାରତ ବର୍ଷକ ପୂର୍ବରୁ ବିଶ୍ବକପ୍‌ ଲାଗି ପ୍ରସ୍ତୁତ ହୋଇଥିଲା। ହେଲେ ପ୍ରତିଯୋଗିତା ଆରମ୍ଭରୁ ବ୍ୟାଟିଂ କ୍ରମ ବଦଳାଇବା ଜାରି ରଖି ଜିତିବାର ଆଶାକୁ ନଷ୍ଟ କରିଥିଲା ବୋଲି ୫୪ ବର୍ଷୀୟ ମୁଡି କହିଛନ୍ତି।

ସେମିଫାଇନାଲ୍‌ ପରଜାୟ ପରେ କ’ଣ ଘଟିଥିଲା
୧) ମହେନ୍ଦ୍ର ସିଂହ ଧୋନି ସେହି ଦିନଠୁ ଆଉ କ୍ରିକେଟ୍‌ ଖେଳିନାହାନ୍ତି। ତାଙ୍କ ଅବସରକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ବେଳେ ସେ ନିରବ ରହିଛନ୍ତି।
୨) ଧୋନିଙ୍କୁ ସପ୍ତମ ସ୍ଥାନରେ ବ୍ୟାଟିଂ ପଠାଇବା ନିଷ୍ପତ୍ତିକୁ ବହୁ ପୂର୍ବତନ କ୍ରିକେଟର୍‌ ନାପସନ୍ଦ କରିଥିଲେ।

ସମ୍ବନ୍ଧିତ ଖବର