ଭୁବନେଶ୍ବର: ଆଗାମୀ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତା (କନିଷ୍ଠ ବର୍ଗ) ଗୁଆହାଟୀରେ ଫେବ୍ରୁଆରି ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଲାଗି ଶନିବାରଠାରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଦୌଡ଼କୁଦ ସଂଘ ଏବଂ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଓଡ଼ିଶା ଦଳ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଶନିବାର ୧୪ ଓ ୧୬ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗର ପ୍ରତିଯୋଗିତାରେ ୮୮ ଜଣ ଭାଗ ନେଇଥିଲେ। ରବିବାର ୧୮ ଓ ୨୦ ବର୍ଷରୁ କମ୍ ବର୍ଗର ୧୫୦ ଜଣ ବାଳକ ଓ ବାଳିକାଙ୍କୁ ନେଇ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏହି ଟ୍ରାଏଲ୍ସରେ ଆର୍ଏସ୍ପି ଓ କିଟ୍ ସହ ୩୧ ୟୁନିଟ୍ର ୨୩୯ (୧୨୭ ବାଳକ, ୧୧୧ ବାଳିକା) ଆଥ୍ଲେଟ୍ ବିଭିନ୍ନ ବୟସ ବର୍ଗରେ ଟ୍ରାକ୍ ଓ ଫିଲ୍ଡ, ଜମ୍ପ୍ ଓ ଥ୍ରୋ ଇଭେଣ୍ଟ୍ରେ ଅଂଶଗ୍ରହଣ କରିଛନ୍ତି। ନୂଆ ଇଭେଣ୍ଟ ଭାବେ ୧୪ ବର୍ଷରୁ କମ୍ରେ ବଲ୍ ଥ୍ରୋ, ୧୬ ବର୍ଷରୁ କମ୍ରେ ୮୦ ମିଟର ଓ ୩୦୦ ମିଟର ଦୌଡ଼ ସାମିଲ କରାଯାଇଛି।ଶନିବାରର ବିଭିନ୍ନ ଇଭେଣ୍ଟରେ ଲକ୍ଷ୍ମୀଧର ପ୍ରଧାନ, ଜୀବନ ମୁକ୍ତି ବିଲୁଙ୍ଗ, ଜାନକୀକାନ୍ତ ନାଏକ, ଓମ୍ କର ନନ୍ଦ, ନିଖିଲ କୁମାର ସାହୁ, ବାପି ହାଁସଦା, ବଳଭଦ୍ର ବାତ୍ରା, ଦୟାନିଧି ମୁଣ୍ଡା, ରାଜେନ୍ଦ୍ର ସାହୁ, ସନ୍ତୋଷ କୁମାର ବେହେରା, ନରେଶ ରୋହିଦାସ, ନାଗେଶ ସୁନାମ, ରତନ ମାରାଣ୍ଡି, ବାସନ୍ତି ମାଝୀ, ସମରିକା ସାହୁ, ଜାହ୍ନବୀ ବାଡ଼, ଅଙ୍କିତା ମହାପାତ୍ର, ପ୍ରାଚୀ ମହାରଣା, ରଞ୍ଜିତା ପିଙ୍ଗୁଆ, ସୀମା ଧନ, ଲକ୍ଷ୍ମୀପ୍ରିୟା କିଷାନ, ସ୍ବର୍ଣ୍ଣଲତା ଶର୍ମା, ସବିତା ଟୋପ୍ପୋ, ତିଶା ବାରିକ, ଅଳିତା ମାରାଣ୍ଡି, ଆଂଶିକା ରାଉତରାୟ, ଦୀପା ସିଂହ, ସାମିୟା ମୁର୍ମୁ ପ୍ରମୁଖ ପ୍ରଥମ ସ୍ଥାନ ଦଖଲ କରି ଜାତୀୟ ଯୋଗ୍ୟତାକୁ ନିଶ୍ଚିତ କରିଛନ୍ତି।
ଜାତୀୟ କନିଷ୍ଠ ଦୌଡ଼କୁଦ ପାଇଁ ଚୟନ ପ୍ରକ୍ରିୟା
/sambad/media/post_attachments/wp-content/uploads/2021/01/hsf456h4sf5h4fs56465f456fh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)