ଭୁବନେଶ୍ବର: ବାଙ୍ଗାଲୋରର ଜୈନ ବିଶ୍ବବିଦ୍ୟାଳୟଠାରେ ଚାଲିଥିବା ଦ୍ୱିତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଗୁରୁବାର ଉତ୍କଳ ବିଶ୍ବବିଦ୍ୟାଳୟରୁ ପ୍ରତିନିଧିତ୍ବ କରୁଥିବା ପ୍ରତ୍ୟାଶା ରାୟ ରୌପ୍ୟ ପଦକ ଜିତିଛନ୍ତି। ପୂର୍ବରୁ ୧୦୦ ମିଟର ବ୍ୟାକ୍ ଷ୍ଟ୍ରୋକ୍ରେ ରୌପ୍ୟ ଜିତିଥିବା ଏହି ଓଡ଼ିଆ ଝିଅ ଗୁରୁବାର ୫୦ ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ୩୨.୬୭ ସେକେଣ୍ଡ ସମୟ ନେଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଫଳରେ ପ୍ରତ୍ୟାଶାଙ୍କ ଏହା ଚଳିତ ପ୍ରତିଯୋଗିତାରେ ଦ୍ବିତୀୟ ରୌପ୍ୟ ପଦକ। ତାଙ୍କର ଏହି ପଦଳ ବଳରେ ଓଡ଼ିଶାର ପଦକ ସଂଖ୍ୟା ୭ (୧ ସ୍ବର୍ଣ୍ଣ, ୪ ରୌପ୍ୟ, ୨ କାଂସ୍ୟ)କୁ ବୃଦ୍ଧି ପାଇଛି। ପୂର୍ବରୁ ଭରୋତ୍ତୋଳନରେ ସ୍ନେହା ସୋରେନ୍ ସ୍ବର୍ଣ୍ଣ, ପ୍ରମିଳା କିର୍ସାନି, ପୁନିତ ଚନ୍ଦ୍ର ସାହୁ ଓ ମୋତି ଜାନି ରୌପ୍ୟ ଏବଂ ରାଜେନ୍ଦ୍ର ମୁଦୁଲି କାଂସ୍ୟ ପଦକ ଜିତିଥିଲା ବେଳେ ପ୍ରତ୍ୟାଶା ସନ୍ତରଣରେ ରୌପ୍ୟ ପଦକ କରାୟତ୍ତ କରିଥିଲେ। ଓଡ଼ିଶାର ୩ ବିଶ୍ବବିଦ୍ୟାଳୟ କିଟ୍ (୧ ସ୍ବର୍ଣ୍ଣ, ୧ ରୌପ୍ୟ, ୨ କାଂସ୍ୟ), ଉତ୍କଳ (୨ ରୌପ୍ୟ) ଓ ବ୍ରହ୍ମପୁର (୧ ରୌପ୍ୟ) ଏହି ପଦକ ତାଲିକାରେ ରହିଛନ୍ତି।
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରତ୍ୟାଶାଙ୍କୁ ରୌପ୍ୟ
/sambad/media/post_attachments/wp-content/uploads/2022/04/dgadgdagdagadgg6546d565d4ggd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)