ରାୱଲପିଣ୍ଡି: ଶନିବାର ଏଠାରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚ୍ ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ନ୍ୟୁଜିଲାଣ୍ଡ ବ୍ୟାଟିଂର ପ୍ରଥମ ଓଭର ବୋଲିଂ ପରେ ଖେଳକୁ ୬ ମିନିଟ୍ ବନ୍ଦ ରଖାଯାଇ ୩୦ ୟାର୍ଡ ସର୍କଲକୁ ବଦଳା ଯାଇଥିବା ଦେଖାଯାଇଥିଲା। ପ୍ରଥମ ଓଭର ବୋଲିଂ ପରେ ପିଚ୍ର ଏଣ୍ଡ ବଦଳିଥିଲା।
ଏହି ସମୟରେ ଅମ୍ପାୟାର ଅଲିମ୍ ଦାର୍ ୩୦ ୟାର୍ଡ ସର୍କଲର ମାପରେ ତ୍ରୁଟି ରହିଥିବା ସନ୍ଦେହ କରି ତାହାକୁ ଯାଞ୍ଚ କରିଥିଲେ। ନିଶ୍ଚିତ ହେବା ପରେ ପଡ଼ିଆ କର୍ମଚାରୀଙ୍କୁ ଡକାଇ ସର୍କଲ ମାପ ପୁଣି ଥରେ ବଦଳାଯାଇଥିଲା। ୬ ମିନିଟ୍ ପରେ ପୁଣି ଥରେ ଖେଳ ସ୍ବାଭାବିକ୍ ଚାଲିଥିଲା। ଏହି ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ଏକାଧିକ ଟ୍ରୋଲ୍ କରାଯାଇଛି। ଏକ ଆନ୍ତର୍ଜାତିକ ମ୍ୟାଚ୍ରେ ସର୍କଲ ମାପ ଭୂଲ୍ ରହିବା ଓ ତାହାକୁ ମ୍ୟାଚ୍ ମଝିରେ ପରିବର୍ତ୍ତନ କରାଯିବା ଘଟଣାକୁ ଅନେକ ୟୁଜର ନାପସନ୍ଦ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/60-7.jpg)