କିଟ୍‌ ଓ କିସ୍‌ କ୍ରୀଡ଼ା ଭିତ୍ତିଭୂମି ବୁଲିଲେ ସ୍ପେନ୍‌ ହକି ଦଳ

ଭୁବନେଶ୍ବର: ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଖେଳିବାକୁ ଭୁବ‌ନେଶ୍ବରରେ ଥିବା ସ୍ପେନ୍‌ ପୁରୁଷ ହକି ଦଳ ସୋମବାର କିଟ୍‌ର କ୍ରୀଡ଼ା ଭିତ୍ତିଭୂମି ବୁଲିବା ସିହତ କିସ୍‌ ପରିଦର୍ଶନ କରିଛନ୍ତି। ଏଠାରେ ଥିବା ହକି ପଡ଼ିଆ ଦେଖି ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ସେମାନେ କିସ୍‌ର ମେକାନାଇଜ୍‌ଡ କିଚେନ୍‌, ଅତ୍ୟାଧୁନିକ ଶ୍ରେଣୀ ଗୃହ, ବ୍ରେଡ୍‌ ଫ୍ୟାକ୍‌ଟ୍ରି ବୁଲି ଆନନ୍ଦ ପ୍ରକାଶ କରିଥିଲେ। ୩୦ ହଜାର ପିଲାଙ୍କ ପାଇଁ କିପରି ବାଷ୍ପ ଦ୍ବାର ରୋଷେଇ ହେଉଛି ତାହା ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେବା ସହ ଏହାର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ସ୍ପେନ୍‌ ହକି ଦଳ କିସ୍‌ର ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଆଗକୁ ସୁଯୋଗ ମିଳିଲେ ପୁଣି ଥରେ କିସ୍ ଆସିବେ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର