ଭୁବନେଶ୍ବର : ୟୁନିଟ୍‌-୧ସ୍ଥିତ ମଦର୍ସ ପବ୍ଲିକ୍‌ ସ୍କୁଲ୍‌ର ବାସ୍କେଟ୍‌ବଲ ପଡ଼ିଆରେ ଆୟୋଜିତ ମଦର୍ସ ବାସ୍କେଟ୍‌ବଲ୍‌ ଲିଗ୍‌ରେ ସ୍ପାର୍ଟନ ଚାମ୍ପିଅନ୍‌ ହୋଇଛି। ଶନିବାର ଫାଇନାଲ୍‌ରେ ଏହି ଦଳ ଡଙ୍କର୍ସକୁ ୫୦-୩୧ ପଏଣ୍ଟ୍‌ରେ ପରାସ୍ତ କରିଛି। ବି‌ଜେତା ଦଳ ପକ୍ଷରୁ ବିସ୍ମୟ ସ୍ମୃତିପ୍ରକାଶ ଗଡ଼ନାୟକ ୩୬, ପାର୍ଥ ସିଂହ ରାଠୋର ୮, ଆତ୍ବିକ ମହାନ୍ତି ୬ ‌ପଏଣ୍ଟ ସ୍କୋର୍‌ କରିଥିଲେ। ଡଙ୍କର୍ସର ସ୍ବାଧୀନ ଜେନା ୧୬ ଏବଂ ଉଜ୍ବଲ ମହାରଣା ୭ ପଏଣ୍ଟ ସ୍କୋର୍‌ କରିଥିଲେ। ବିସ୍ମୟ ସ୍ମୃତିପ୍ରକାଶ ଗଡ଼ନାୟକ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Advertisment

୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍କୁଲ୍‌ରୁ ୧୩ ବର୍ଷରୁ କମ୍‌ ବୟସର ୧୨୫ରୁ ଊର୍ଦ୍ଧ୍ବ ବାଳକ ଓ ବାଳିକା ଭାଗନେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ମଦର୍ସ ପବ୍ଲିକ ସ୍କୁଲ୍‌ର ଅଧ୍ୟକ୍ଷା ପଲ୍ଲୀ ପଟ୍ଟନାୟକ ଏବଂ ପରିଚାଳନା ନିର୍ଦେଶକ ଶ୍ରୀଜିତ ପଟ୍ଟନାୟକ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ।