ଭୁବନେଶ୍ବର: ବଲାଙ୍ଗୀରର ଟିଟିଲାଗଡ଼ ହାଇସ୍କୁଲ୍ ଖେଳ ପଡ଼ିଆରେ ଆୟୋଜିତ ଦ୍ବିତୀୟ ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭୁବନେଶ୍ବରର ଜଗନ୍ନାଥ ଖୁଣ୍ଟିଆ ଶ୍ରେଷ୍ଠ ବିବେଚିତ ହୋଇ ‘ଉତ୍କଳଶ୍ରୀ-୨୦୨୬’ ଆଖ୍ୟା ଅର୍ଜନ କରିଛନ୍ତି। ସେ ପୁରୁଷ ୮୦ କେଜି ବର୍ଗରେ ବିଜେତା ହୋଇଥିଲେ। ବିଭିନ୍ନ ଓଜନ ବର୍ଗରେ ବାଲେଶ୍ବରର ଗୁରୁବା ସିଂହ (୫୫ କେଜି), ଭୁବନେଶ୍ବରର କିରଣ କୁମାର ଜେନା (୬୦ କେଜି), ରଶ୍ମିରଞ୍ଜନ ଲେଙ୍କା (୬୫ କେଜି), ଆକାଶ ପାତ୍ର (୭୦ କେଜି), ରଞ୍ଜନ ନାୟକ (୭୫ କେଜି), ଶୁଭମ ମିଶ୍ର (୮୫ କେଜି), ସ୍ମୃତିରଞ୍ଜନ ସାମଲ (୯୦ କେଜି) ଓ କ୍ଷୀରୋଦ ମହାନ୍ତି (୯୫ କେଜିରୁ ଅଧିକ) ପ୍ରଥମ ସ୍ଥାନ ଅଧିକାର କରିଥିଲେ। ମୋଟ ଉପରେ ଭୁବନେଶ୍ବର ବଡି ବିଲ୍ଡିଂ ସଂଘ ବିଜେତା ହୋଇଥିଲା।
Sports: ମହିଳା ରାଇଜିଂ ଷ୍ଟାର୍ସ ଏସିଆ କପ୍: ପାକିସ୍ତାନକୁ ହରାଇଲା ଭାରତ
ମହିଳା ବଡି ବିଲ୍ଡିଂରେ ନୟାଗଡ଼ର ପୁଷ୍ପଲତା ପଣ୍ଡା ପ୍ରଥମ, ବରଗଡ଼ର ଅନିତା ମିଶ୍ର ଦ୍ବିତୀୟ ଓ ଭୁବନେଶ୍ବରର ଅନୁପମା ସ୍ବାଇଁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘ ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ସମ୍ପାଦକ ପ୍ରସନ୍ନ ମହାସୁଆର, ସହସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ଗୁରୁ, ସହିଦ ଜିମ୍ନାସିୟମ୍ ସଭାପତି ରବିନାରାୟଣ ସ୍ବାଇଁ, ମୁଖ୍ୟଉପଦେଷ୍ଟା କମ୍ଭୁପାଣି ପାଢ଼ୀ, ସମ୍ପାଦକ ସନତ ପାଢ଼ୀ, ବଲାଙ୍ଗୀରଜିଲ୍ଲା ସୁନ୍ଦର ସ୍ବାସ୍ଥ୍ୟ ସଂଘ ସମ୍ପାଦକ ସଞ୍ଜୟ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ତରୁଣ କୁମାର ଚାଟାର୍ଜୀ, ଭାରତୀ କୃଷ୍ଣ ବ୍ରହ୍ମା, ପଙ୍କଜ ଲୋଚନ ପ୍ରତିହାରୀ, ପ୍ରଶାନ୍ତ କୁମାର ରାଉତ, ଅଶୋକ ନାୟକ ବିଚାରକ ଥିଲେ।
Excise Sports: ଅବକାରୀ ବିଭାଗରେ ଅନେକ ସଂସ୍କାର ଆସିବାକୁ ଯାଉଛି: ମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/02/fshfshbvx-2026-03-02-02-09-46.jpg)