ଭୁବନେଶ୍ବର: ଅନଲାଇନରେ ଚାଲିଥିବା ରାଜ୍ୟ ୧୬ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତାର ବାଳିକା ବର୍ଗରେ ଖୋର୍ଦ୍ଧାର ୟାଶିତା ରାଉତ ଏବଂ ବାଳକରେ ମନୀଷ କୁମାର ବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ଉଭୟ ବର୍ଗରେ ସେହି ଖୋର୍ଦ୍ଧାର ଅନନ୍ୟା ଅନାମିକା ଓ କୌସ୍ତୁଭ ଦାଶ ଉପବିଜେତା ହୋଇଛନ୍ତି। ଏହି ପ୍ରଦର୍ଶନ ଆଧାରରେ କିନ୍ତୁ ଚାରି ଜଣଯାକ ଜାତୀୟ ୧୬ ବର୍ଷରୁ କମ୍ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିଭଳି ଖୋର୍ଦ୍ଧାର ସୁହାନ ଜେନା, ଏଫ୍ଏମ୍ ମହିତୋଷ ଦେ, ହର୍ଷିତ ରଞ୍ଜନ ସାହୁ ମଧ୍ୟ ଜାତୀୟ ପ୍ରତିଯୋଗିତା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ଗୁରୁବାରଠାରୁ ଅନଲାଇନରେ ରାଜ୍ୟ ୧୪ ବର୍ଷରୁ କମ୍ ବାଳିକା ଏବଂ ବାଳକ ବର୍ଗ ପ୍ରତିଯୋଗିତା ଆରମ୍ଭ ହେବ।
ରାଜ୍ୟ ୧୬ ବର୍ଷରୁ କମ୍ ଚେସ୍, ୟାଶିତା ଓ ମନୀଷ ବିଜେତା
/sambad/media/post_attachments/wp-content/uploads/2021/06/54j54gd56j465dgjjjjjjjjjjjjjjjjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)