ରାଜ୍ୟ କନିଷ୍ଠ କୁସ୍ତି ପ୍ରତିଯୋଗିତା ଉଦ୍‌ଯାପିତ

କଟକ: ଓଡ଼ିଶା କୁସ୍ତି ସ˚ଘ ଆନୁକୂଲ୍ୟରେ ରାଜ୍ୟ କନିଷ୍ଠ ଓ କ୍ୟାଡେଟ୍‌ ବାଳକ ଫ୍ରିଷ୍ଟାଇଲ ଦିନିକିଆ କୁସ୍ତି ପ୍ରତିଯୋଗିତା ସୋମବାର ଅନୁଷ୍ଠିତ ହୋଇଛି। ସଚିନ ତେନ୍ଦୁଲକର ଇଣ୍ଡୋର ହଲ୍‌ରେ ଆୟୋଜିତ ପ୍ରତିଯୋଗିତାର କନିଷ୍ଠ ବାଳକ ୫୭ କେଜି ଓଜନ ବର୍ଗରେ ଲୋକନାଥ ଦଳେଇ, ୬୧ କେଜିରେ ଦେବଦତ୍ତ ସାମନ୍ତରାୟ, ୬୫ କେଜିରେ ସ୍ବରାଜ ଜାନି, ୭୦ କେଜିରେ ସାହିଲ ସୁନ୍ଦର ବେହେରା, ୭୪ କେଜିରେ କିରଣ ଦଳେଇ, ୭୯ କେଜିରେ ବାଦଲ ସାମଲ, ୮୬ କେଜିରେ ଦାମୋଦର ମହାପାତ୍ର ପ୍ରଥମ ହୋଇଛନ୍ତି। ସେହିପରି କ୍ୟାଡେଟ୍‌ ବାଳକ ବିଭାଗର ୪୫ କେଜି ଓଜନ ବର୍ଗରେ ସୂର୍ଯ୍ୟକାନ୍ତ ମଲ୍ଲିକ, ୪୮ କେଜିରେ ହରିଶଙ୍କର ଜେନା, ୫୧ କେଜିରେ ସୁମନ୍ତ ଜେନା, ୫୫ କେଜିରେ ଅଜିତ ଭୂୟାଁ, ୬୦ କେଜିରେ ଆବାସ ବଡ଼ ରାଇତା, ୬୫ କେଜିରେ ଭୀମସେନ ମହାସୁଆର, ୭୧ କେଜିରେ ନାରାୟଣ ମେକାପ, ୮୦ କେଜିରେ ବିଜୟ କୁମାର ସି˚ହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସିନେ ଅଭିନେତା ଅରିନ୍ଦମ ରଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର