କଟକ: ରାଜ୍ୟ କ୍ରୀଡ଼ା ବିଭାଗ, କିଟ୍ ଓ ଓଡ଼ିଶା ଦୌଡ଼କୁଦ ସ˚ଘର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୮ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ବୁଧବାର ଉଦ୍ଯାପିତ ହୋଇଯାଇଛି। ଶେଷ ଦିନରେ ଦୁଇଟି ନୂଆ ମିଟ୍ କୀର୍ତ୍ତିମାନ ସ୍ଥାପନ ହୋଇଛି। ୩୦୦୦ ମିଟର ମହିଳା ଷ୍ଟିପଲଚେଜ୍ରେ ଭୁବନେଶ୍ବରର ସସ୍ମିତା ଟିଗା ୧୨:୦୧.୭୬ ସେକେଣ୍ତ ସମୟ ନେଇ ପ୍ରଥମ ହେବା ସହ କୀର୍ତ୍ତିମାନ କରିଛନ୍ତି। ସେହିପରି ୪୦୦ ମିଟର ପୁରୁଷ ବାଧାଦୌଡ଼ରେ ଭୁବନେଶ୍ବରର ସାହିଲ କିରୋ ହିଟ୍ସ-୧ରେ ୫୩.୯୫ ସେକେଣ୍ତରେ ଏହି କୀର୍ତ୍ତିମାନ କରିଥିଲେ।
ତେବେ ଫାଇନାଲ୍ରେ ସେ ୫୪.୬୫ ସେକେଣ୍ତ ସମୟ ନେଇ ପ୍ରଥମ ହୋଇଥିଲେ। ଶେଷ ଦିନରେ ହୋଇଥିବା ଅନ୍ୟ ଇଭେଣ୍ଟଗୁଡ଼ିକ ମଧ୍ୟରେ ପୁରୁଷ ହାମରଥ୍ରୋରେ ଯୋଗେଶ କୁମାର ଦାସ, ୫୦୦୦ ମିଟର ଦୌଡ଼ରେ ଅଶୋକ ଦଣ୍ତସେନା, ଟ୍ରିପଲ ଜମ୍ପରେ ଯଶବୀର ନାୟକ, ୨୦୦ ମିଟର ଦୌଡ଼ରେ ଦେବୀପ୍ରସାଦ କର, ୮୦୦ ମିଟର ଦୌଡ଼ରେ ଦେବାଶିଷ ପଟ୍ଟନାୟକ, ଡିସ୍କସ୍ରେ ର˚ଜନ କୁମାର ସାହୁ, ୩୦୦୦ ମିଟର ଷ୍ଟିପଲଚେଜ୍ରେ ରଶ୍ମିର˚ଜନ ନାୟକ, ମହିଳା ହାମର ଥ୍ରୋ’ରେ ଦିବ୍ୟା ସାନ୍ଧିଲ୍ୟ, ୫୦୦୦ ମିଟର ଦୌଡ଼ରେ ସାମସଦ ଆରା ବେଗମ୍, ୪୦୦ ମିଟର ବାଧାଦୌଡ଼ରେ ବିନତୀ ବେହେରା, ୨୦୦ ମିଟର ଦୌଡ଼ରେ ବିପ୍ଲବିନୀ ସା, ୮୦୦ ମିଟର ଦୌଡ଼ରେ ନମିତା ପ୍ରଧାନ, ଡିସ୍କସ୍ରେ ପାର୍ବତୀ ସେଠୀ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ପାଇଛନ୍ତି। ପ୍ରତିଯୋଗିତାର ପ୍ରଥମ ଦିନରେ ୪ଟି ନୂଆ କୀର୍ତ୍ତିମାନ ହୋଇଥିଲା। ପୁରୁଷ ଉଚ୍ଚଡିଆଁରେ ସ୍ବାଧୀନ ମାଝୀ, ଜାଭେଲିନ୍ରେ କିଶୋର କୁମାର ଜେନା, ୧୫୦୦ ମିଟର ଦୌଡ଼ରେ ଅଶୋକ ଦଣ୍ତସେନା, ୪୦୦ ମିଟର ଦୌଡ଼ରେ ବିଘ୍ନରାଜ ମିରିଡ଼ିଆ କୀର୍ତ୍ତିମାନ କରିଥିଲେ। ଫଳରେ ଏହି ଦୁଇଦିନିଆ ଦୌଡ଼କୁଦ ପ୍ରତିଯୋଗିତାରେ ମୋଟ ୬ଟି ନୂଆ କୀର୍ତ୍ତିମାନ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/f654h65fs45h4fs65fhfhsfhshffh.jpg)