କଟକ: ଓଡ଼ିଶା କୁସ୍ତି ସ˚ଘ ଆନୁକୂଲ୍ୟରେ ରାଜ୍ୟ ପାରମ୍ପରିକ କୁସ୍ତି ପ୍ରତିଯୋଗିତା ବାରବାଟୀ ଷ୍ଟାଡିୟମସ୍ଥିତ କ୍ଲବ୍‌ ହାଉସରେ ଅନୁଷ୍ଠିତ ହୋଇଯାଇଛି। ମୋଟ ୮ଟି ବିଭାଗରେ ପାଖାପାଖି ୪୫ ଜଣ ପ୍ରତିଯୋଗୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ପୁରୁଷ ୫୭ କିଗ୍ରାରେ ସଦାଶିବ ବାରିକ, ୬୫ କିଗ୍ରାରେ ପୂର୍ଣ୍ଣଚନ୍ଦ୍ର ଦାଶ, ୭୪ କିଗ୍ରାରେ କେଦାର ଦଳାଇ, ୮୬ କିଗ୍ରାରେ ଲୋକନାଥ ସୁପକାର, ମହିଳା ୫୦ କିଗ୍ରାରେ ବୋଜାଲିନ୍‌ ପାଲ୍‌, ୫୩ କିଗ୍ରାରେ ଶିବାନୀ ଜେନା, ୫୭ କିଗ୍ରାରେ ଅଜିଜା ବେଗମ୍‌, ୬୨ କିଗ୍ରାରେ ପାର୍ବତୀ ଦଳାଇ ପ୍ରଥମ ହୋଇଛନ୍ତି।

Advertisment

ଶ୍ୟାମସୁନ୍ଦର ମହାପାତ୍ର, କୃଷ୍ଣମୋହନ ପାତ୍ର, ସନ୍ତୋଷ ସାହୁ, କୃଷ୍ଣ ଦାସ, ହରି କର, ଗଙ୍ଗାଧର ସେଠ ମ୍ୟାଚ୍‌ ପରିଚାଳନା କରିଥିଲେ। କୃତି ପ୍ରତିଯୋଗୀମାନେ ଆସନ୍ତା ୨୫ ଓ ୨୬ ତାରିଖରେ ଉତ୍ତରପ୍ରଦେଶର ଗୋଣ୍ତାଠାରେ ହେବାକୁଥିବା ଜାତୀୟ କୁସ୍ତି ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିବେ। ରାଜ୍ୟ କୁସ୍ତି ସ˚ଘ ସମ୍ପାଦକ କିଶୋର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ପ୍ରତିଯୋଗିତା ପରିଚାଳନାରେ ସଭାପତି ରାମଚନ୍ଦ୍ର ପାଢୀ, ନୀଳମଣି ସାହୁ, ଉପସଭାପତି ଦେବେନ୍ଦ୍ର ସାହୁ, ରବିଶଙ୍କର ପ୍ରତିହାରୀ, ସହ ସମ୍ପାଦକ ସନ୍ତୋଷ ଦାସ, ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, ସ୍ବପ୍ନେସ୍ବର ନାୟକ, କୋଷାଧ୍ୟକ୍ଷ କୁମାର ରାଏ, ଅଫିସ ସମ୍ପାଦକ ଦିଲ୍ଲୀପ ନାରାୟଣ ଗୁଟୁ, କାଳନ୍ଦି ମାଳିଆ ପ୍ରମୁଖ ସହଯୋଗ କରିଥିଲେ।